ଗୃହରେ ବିରୋଧୀ ବନାମ ବିରୋଧୀ ! ବିଧାନସଭାରେ ବୋହିଲା ଓଲଟା ବୈତରଣୀ, ମୁହାଁମୁହିଁ ହେଲେ ବିଜେପି-କଂଗ୍ରେସ ସଦସ୍ୟ ।

202

କନକ ବ୍ୟୁରୋ : ଗୃହରେ ଆଜି ବିରୋଧୀ ବନାମ ବିରୋଧୀ ସ୍ଥିତି ଦେଖିବାକୁ ମିଳିଛି । କଂଗ୍ରେସ ବିଧାୟକମାନେ ବିଜେପି ବିଧାୟକଙ୍କୁ ଗୃହରେ କହିବାକୁ ସୁଯୋଗ ଦେଉନଥିବା ଅଭିଯୋଗ ଆଣିଛି ବିଜେପି । ଏମିତିକି ଜାଣିଶୁଣି କଂଗ୍ରେସ ବିଧାୟକ, ବାଧା ସୃଷ୍ଟି କରୁଥିବା ଅଭିଯୋଗ କରିଛନ୍ତି ବିରୋଧୀ ଦଳ ଉପ-ନେତା ।

ବିଧାନସଭାରେ ବିରୋଧୀ ବନାମ ବିରୋଧୀ । ଗୃହରେ ବିଜେପି-କଂଗ୍ରେସ ସଦସ୍ୟ ମୁହାଁମୁହିଁ । ବିଧାନସଭାରେ ଆଜି ଯେମିତି ଓଲଟା ବୈତରଣୀ ବୋହିଛି । ଗୃହରେ ଶାସକ ଦଳକୁ ବିରୋଧୀ ଘେରିବା ବଦଳରେ, ଗୋଟିଏ ବିରୋଧୀ ଦଳ ଆଉ ଗୋଟିଏ ବିରୋଧୀ ଦଳ ବିରୋଧରେ ବିଶୋଦଗାର କରିଛି । କଂଗ୍ରେସ ବିଧାୟକମାନେ ବିଜେପି ବିଧାୟକଙ୍କୁ ଗୃହରେ କହିବାକୁ ସୁଯୋଗ ଦେଉନଥିବା ଅଭିଯୋଗ ଆଣିଛି ବିଜେପି । ଏମିତି କି ଜାଣିଶୁଣି କଂଗ୍ରେସ ବିଧାୟକ, ବାଧା ସୃଷ୍ଟି କରୁଥିବା ଅଭିଯୋଗ କରିଛନ୍ତି ବିରୋଧୀ ଦଳ ଉପ-ନେତା ।

ଶାସକ ଦଳ ସହ କଂଗ୍ରେସର ଦଳ ଭିତରେ ଫିକ୍ସିଂ ହୋଇଛି ବୋଲି ବିଜେପି ଅଭିଯୋଗ କରୁଥିବା ବେଳେ ପାଲଟା ଅଭିଯୋଗ କରିଛି କଂଗ୍ରେସ । କଂଗ୍ରେସ ବିଧାୟକ ଦଳ ନେତା ସିଧାସଳଖ ବିଜେଡି ଓ ବିଜେପି ଭିତରେ ଅଲିଖିତ ବୁଝାବଣା ହୋଇଛି ବୋଲି କହିଛନ୍ତି ।

ଏପଟେ ଉଭୟ ବିଜେପି ଏବଂ କଂଗ୍ରେସର ଆରୋପ-ପ୍ରତ୍ୟାରୋପ ଉପରେ ପ୍ରତିକ୍ରିୟା ରଖିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ । ବିଜେଡିର କୌଣସି ଦଳର ସହ ବୁଝାମଣା ହୋଇ ନାହିଁ ବୋଲି ସଫାସଫା ଶୁଣାଇ ଦେଇଛନ୍ତି ପ୍ରମିଳା ମଲ୍ଲିକ । ଶୂନ୍ୟକାଳରେ କଂଗ୍ରେସ ସଦସ୍ୟଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣି, ବିଜେପି ସଦସ୍ୟମାନେ ନିଜ ନିଜ ଆସନରେ ଛିଡା ହୋଇ ପ୍ରତିବାଦ କରିଥିଲେ ।