ପ୍ରିୟଙ୍କା ଗାନ୍ଧୀଙ୍କୁ କରୀନା କପୁର ସହ ତୁଳନା କଲେ ବିଜେପି ନେତା ! କହିଲେ କଂଗ୍ରେସର ଭରସା ଚକଲେଟ ଚେହେରା, ନେତୃତ୍ୱ ଉପରେ ନାହିଁ ବିଶ୍ୱାସ

136

କନକ ବ୍ୟୁରୋ : ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସକ୍ରିୟା ରାଜନୀତିକୁ ଆସିବା ପରେ ବିଜେପି ତୀବ୍ର ସମାଲୋଚନା କରୁଛି । ଚକୋଲେଟ୍ ଚେହେରାର ଦମରେ ନିର୍ବାଚନ ଲଢ଼ିବାକୁ ଚାହୁଁଛି ବିଜେପି । ପ୍ରିୟଙ୍କା ଗାନ୍ଧୀଙ୍କୁ ଟାର୍ଗେଟ କରି ଏପରି ବୟାନ ଦେଇଛନ୍ତି ବିଜେପି ମହାସଚିବ କୈଳାସ ବିଜୟବର୍ଗୀୟ । ବଲିଉଡ ଅଭିନେତ୍ରୀ କରୀନା ଓ ଅଭିନେତା ସଲମାନଙ୍କ ଭଳି ପ୍ରିୟଙ୍କାଙ୍କୁ ମଧ୍ୟ ଚକଲେଟ ଚେହେରା କହିଛନ୍ତି ବିଜେପି ସାଂସଦ । ଏହାଛଡା ସେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି । କହିଛନ୍ତି ରାହୁଲଙ୍କ ନେତୃତ୍ୱ ଉପରେ କଂଗ୍ରେସର ବିଶ୍ୱାସ ନାହିଁ । ନେତୃତ୍ୱ ଉପରେ କଂଗ୍ରେସର ବିଶ୍ୱାସ ଥିଲେ ପ୍ରିୟଙ୍କାଙ୍କୁ ପ୍ରତ୍ୟକ୍ଷ ରାଜନୀତିକୁ ଅଣାଯାଇନଥାନ୍ତା ବୋଲି କହିଛନ୍ତି କୈଳାସ ବିଜୟବର୍ଗୀୟ ।

କୁମ୍ଭମେଳାରେ ବୁଡ଼ ପକାଇ ରାଜନୈତିକ ଯାତ୍ରା ଆରମ୍ଭ କରିବେ ପ୍ରିୟଙ୍କା ଗାନ୍ଧୀ । ଫେବୃଆରୀ ୪ ମୌନୀ ଅମାବାସ୍ୟା ଅବସରରେ ପ୍ରିୟଙ୍କା ପ୍ରୟାଗରାଜ କୁମ୍ଭମେଳାରେ ଶାହୀ ସ୍ନାନ କରିବାର କାର୍ଯ୍ୟକ୍ରମ ରହିଥିବା କୁହାଯାଉଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ତଥ୍ୟ ଅନୁଯାୟୀ ପ୍ରିୟଙ୍କା, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହ କୁମ୍ଭରେ ବୁଡ଼ ପକାଇବେ ଓ ଏହାପରେ ପୂର୍ବ ୟୁପି ପାଇଁ ପ୍ରଚାର ଆରମ୍ଭ କରିବେ । ସେହିଦିନ ଲକ୍ଷ୍ନୌରେ ପ୍ରିୟଙ୍କା ଓ ରାହୁଲ୍ ପ୍ରେସମିଟ କରିବାର କାର୍ଯ୍ୟକ୍ରମ ରହିଛି । ଗତ ବିଧାନସଭା ନିର୍ବାଚନଗୁଡ଼ିକରେ କୋହଳ ହିନ୍ଦୁବାଦ ନୀତି ଆପଣାଇ ରାହୁଲ ଗାନ୍ଧୀ ଏହାର ଲାଭ ପାଇଥିବା ଦେଖିବାକୁ ମିଳିଥିଲା । ତେଣୁ ଏହାକୁ ପ୍ରିୟଙ୍କା ବି ଆପଣାଇବେ ବୋଲି ରାଜନୈତିକ ମହଲରେ ଆଲୋଚନା ଆରମ୍ଭ ହୋଇଛି । ପୂର୍ବ ୟୁପିର ପ୍ରଭାରୀ ଦାୟିତ୍ୱ ପାଇଛନ୍ତି ପ୍ରିୟଙ୍କା ।