ଟିକେଟ ବଂଟନ ପରେ ଧାରଣାରେ ଅସନ୍ତୁଷ୍ଟ ବିଜେପି କର୍ମୀ ! ସମୀର ମହାନ୍ତିଙ୍କ ଘର ସାମ୍ନାରେ ଭଙ୍ଗାରୁଜା କଲେ ଆଶାୟୀ ପ୍ରାର୍ଥୀଙ୍କ ସମର୍ଥକ

1,001

କନକ ବ୍ୟୁରୋ : ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ ରାଜ୍ୟ ବିଜେପିରେ ବିଦ୍ରୋହ । ଟିକେଟ ପାଇନଥିବା ପ୍ରାର୍ଥୀ ହଟ୍ଟଗୋଳ ଆରମ୍ଭ କରିଦେଇଛନ୍ତି । ଏକାମ୍ର ଆସନ ପାଇଁ ଟିକେଟ ପାଇନଥିବା ଆଶାୟୀ ପ୍ରାର୍ଥୀଙ୍କ ସମର୍ଥକ ବରିଷ୍ଠ ବିଜେପି ନେତାଙ୍କ ଘର ସାମ୍ନାରେ ଗତ ରାତିରୁ ଧାରଣାରେ ବସିଛନ୍ତି ।

ଭୁବନେଶ୍ୱର ବିଜେପିରେ ବିଦ୍ରୋହ । ଟିକେଟ ବଂଟନକୁ କେନ୍ଦ୍ର କରି ଆଶାୟୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ସମୀର ମହାନ୍ତିଙ୍କ ଘର ସମ୍ମୁଖରେ ଅସନ୍ତୁଷ୍ଟ ବିଜେପି କର୍ମୀ ଭଙ୍ଗାରୁଜା କରିଥିବା ଦେଖିବାକୁ ମିଳିଛି । ଏହାସହ ତାଙ୍କ ଘର ସାମ୍ନାରେ ଗତ ରାତି ଠାରୁ ଧାରଣାରେ ବସିଛନ୍ତି ବିଜେପି କର୍ମୀ । ଭୁବନେଶ୍ୱର ଏକାମ୍ର ପାଇଁ ବାବୁ ସିଂହଙ୍କୁ ଟିକେଟ ଦେବା ପରେ ଆଶାୟୀ ଅମୀୟ ଦାଶଙ୍କ ସମର୍ଥକଙ୍କ ଏହାକୁ ବିରୋଧ କରିଛନ୍ତି ।

ସୂଚନାଯୋଗ୍ୟ କିଛି ଦିନ ତଳେ ବିଜେପିରେ ମିଶିଥିବା ବାବୁ ସିଂଙ୍କୁ ଟିକେଟ ଦେଇଥିଲେ ହେଁ ପୁରୁଣା ବିଜେପି ନେତାଙ୍କୁ ଅବହେଳା କରାଯାଉଛି । ଏପରି ଅଭଯୋଗ କରିଛନ୍ତି ଆଶାୟୀ ପ୍ରାର୍ଥୀ ଅମୀୟ ଦାଶଙ୍କ ସମର୍ଥକ । ବିଜେପି ୯୯ଟି ଆସନ ପାଇଁ ବିଜେପିରେ ଟିକେଟ ଘୋଷଣାହେବା ପରେ ଆଶାୟୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଖାସ୍ କରି ଦଳରେ ନିକଟରେ ସାମିଲ ହୋଇଥିବା ନେତାଙ୍କୁ ଟିକେଟ ଦେବା ପରେ କନ୍ଦଳ ଉଗ୍ରରୂପ ନେଇଥିଲା । ପୁରୁଖା ବିଜେପି ନେତା ଅମୀୟ ଦାଶ ଟିକେଟ ରେସରୁ ବାଦ ପଡିବା ପରେ ତାଙ୍କ କର୍ମୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।