ରଥଯାତ୍ରା ସ୍ୱତନ୍ତ୍ର ସମୀକ୍ଷା ବୈଠକକୁ ଯିବା ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ ! କଳାପତକା ପ୍ରଦର୍ଶନ, ବିଜେପି କର୍ମୀ ଓ କଂଗ୍ରେସ କର୍ମୀ ଅଟକ

29

କନକ ବ୍ୟୁରୋ : ପୁରୀରେ ରଥଯାତ୍ରା ସ୍ୱତନ୍ତ୍ର ସମୀକ୍ଷା କମିଟି ବୈଠକକୁ ଯିବା ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ । ସାତଶଂଖ ଠାରେ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ ପ୍ରଦର୍ଶନ କରିଛି ବିଜେପି । ବିଜେପି କର୍ମୀମାନେ କଳାପତାକା ପ୍ରଦର୍ଶନ କରିଛନ୍ତି । ସେହିଭଳି କଂଗ୍ରେସ କର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଚୁଡିମାଡ କରିବା ଯୋଜନା ଥିବାରୁ କଂଗ୍ରେସ କର୍ମୀଙ୍କୁ ବି ଅଟକ ରଖିଛି ପୋଲିସ ।

ରଥଯାତ୍ରା ସ୍ୱତନ୍ତ୍ର ସମୀକ୍ଷା କମିଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିବେ । ସ୍ଥାନୀୟ ଗୋପବନ୍ଧୁ ଆୟର୍ବେଦ କଲେଜରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଦିନ ୧୧ଟାରୁ ୧୨ ଟା ଯାଏଁ ବୈଠକ ହେବ । ସେପଟେ ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତକୁ ପିପିଲିରେ ବିଜେପି ପକ୍ଷରୁ ବିରୋଧ କରାଯାଇଛି । ଏନେଇ ପୁଲିସ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇଛି । ପିପିଲି ବ୍ଲକ ସଭାପତିଙ୍କ ସମେତ ୧୦ ବିଜେପି କର୍ମୀଙ୍କୁ ଅଟକ ରଖିଛି ପୁଲିସ ।