ଦେବୀ ମିଶ୍ରଙ୍କ ବିରୋଧରେ ବିଜେପିର ସଂଗୀନ ଅଭିଯୋଗ ! ମନ୍ତ୍ରୀଙ୍କ ପାଇଁ ବଟି ଆଣୁଥିଲେ ଗିରଫ ଆଇଏଏସ ପାର୍ଥସାରଥୀ

29

କନକ ବ୍ୟୁରୋ : ଚତୁର୍ଥ ପର୍ଯ୍ୟାୟ ମତଦାନ ଜାରି ରହିଥିବା ବେଳେ ଗିରଫ ଆଇଏଏସ ଅଫିସରଙ୍କ ସହ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ସମ୍ପର୍କ ନେଇ ସଂଗୀନ ଅଭିଯୋଗ କରିଛି ବିଜେପି । ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି ମନ୍ତ୍ରୀ ଦେବୀ ମିଶ୍ରଙ୍କ ପାଇଁ ବଟି ଆଣୁଥିଲେ ନିଲମ୍ବିତ ଆଇଏଏସ ପାର୍ଥ ସାରଥୀ ମିଶ୍ର । ଏଥର ମନ୍ତ୍ରୀ ଓ ଆଇଏଏସ ଅଫିସରଙ୍କ ମଧ୍ୟରେ ଭାଗ ନଛିଣ୍ଡିବାରୁ ଭିଜିଲାନ୍ସ ଲଗାଇ ପାର୍ଥ ସାରଥୀଙ୍କୁ ଗିରଫ କରାଯାଇଛି । ତେଣୁ ଏହି ମାମଲାରେ ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ଦାବି କରିଛି ବିଜେପି ।