ଏନଡିଏକୁ ବିଜେଡିର ସମର୍ଥନନେଇ ମୁହଁ ଖୋଲିଲେ ବିଜୟ: କହିଲେ, ଉପରେ ସମର୍ଥନ ମାଗୁଛନ୍ତି, ଏପଟେ ପ୍ରେସମିଟ କରି ଗର୍ଜୁଛନ୍ତି, ଏମିତି ହେଲେ ଜନତାଙ୍କର ରହିବନି ବିଜେପି ଉପରେ ବିଶ୍ୱାସ

31

କନକ ବ୍ୟୁରୋ: ରାଜ୍ୟସଭା ଉପସଭାପତି ନିର୍ବାଚନରେ ଏନଡିଏକୁ ବିଜେଡିର ସମର୍ଥନ ପ୍ରସଙ୍ଗରେ ଆଜି ମୁହଁ ଖୋଲିଛନ୍ତି ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର । ସେ କହିଛନ୍ତି, ବିଜେପି ବିଜେଡିକୁ ସମର୍ଥନ ମାଗିବା ଫଳରେ ବିଜେପିର ହିଁ କ୍ଷତି ହୋଇଛି । ଗୋଟିଏ ପଟେ ସମର୍ଥନ ମାଗୁଛନ୍ତି ଅନ୍ୟପଟେ ପ୍ରେସମିଟ କରି ଗର୍ଜୁଛନ୍ତି । ଏମିତି ହେଲେ ଲୋକେ ବିଜେପିକୁ ବିଶ୍ୱାସ କରିବେନି । ଉଭୟ ଦଳ ସେମାନଙ୍କ ମତ ଲୋକଙ୍କ ପାଖରେ ରଖିବା ଦରକାର । ଉଭୟେ ସ୍ପଷ୍ଟୀକରଣ ନଦେଲେ ଲୋକେ ଦ୍ୱନ୍ଦ୍ୱରେ ରହିବେ ।

ସେପଟେ ରାଜ୍ୟସଭା ଉପସଭାପତି ନିର୍ବାଚନ ନେଇ ଆଜି ବିଜେଡି ମଧ୍ୟ ମତ ରଖିଛି । ଦଳର ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି , ରାଜ୍ୟବାସୀଙ୍କ ପାଖରେ ବିଜେଡି ସବୁବେଳେ ସ୍ପଷ୍ଟମତ ରଖିଆସିଛି । ସଂପର୍କ ଓ ସୌଜ୍ୟନତା ଭିତରେ ତଫାତ ଥାଏ । ଆମର ଜେଡିୟୁ ସହ ସମ୍ପର୍କ ଅଛି , କିନ୍ତୁ ବିଜେପି ସହ କେବଳ ସୌଜ୍ୟନତା ଅଛି । କୌଣସି ରାଜନୈତିକ ବୁଝାମଣା ନାହିଁ । ଆମେ ବିଜେପି ଓ କଂଗ୍ରେସଠାରୁ ସମଦୂରତ୍ୱରେ ଅଛୁ । ୨୦୧୯ ନିର୍ବାଚନ ଏକା ଲଢିବୁ ଷ କିଛି ବିରୋଧୀ ଦଳ ନେତା ଏହାକୁ ବିରୋଧ କରୁଛନ୍ତି , ସେମାନେ ସବୁ ଜାଣି ଜଣା ହେବାକୁ ଚେଷ୍ଟା କରୁଛନ୍ତି ।