ଜୁଏଲଙ୍କ ଘରେ ବରିଷ୍ଠ ନେତାଙ୍କ ବୈଠକ : ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ ଓ ଅରୁଣ ସିଂଙ୍କ ସମେତ ବଡ଼ ବଡ଼ ନେତା ସାମିଲ

2,812

କନକ ବ୍ୟୁରୋ : ଜୁଏଲ ଓରାମଙ୍କ ଦିଲ୍ଲୀ ବାସଭବନରେ ବିଜେପିର ବରିଷ୍ଠ ନେତାଙ୍କ ଭିଡ଼ । ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ ଓ ଅରୁଣ ସିଂଙ୍କ ସମେତ ଅନେକ ବଡ଼ ବଡ଼ ନେତା ବୈଠକରେ ଯୋଗଦେଇଛନ୍ତି । ସୁନ୍ଦରଗଡ଼ ଲୋକସଭା ସାଂସଦ ତଥା ସୁନ୍ଦରଗଡ ଲୋକସଭା ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ ପ୍ରଧାନମନ୍ତ୍ରୀଙ୍କ ଦ୍ୱିତୀୟ ଇନିଂସରେ ମନ୍ତ୍ରୀପଦ ମିଳିନାହିଁ ।

ଆଉ ସେଥିପାଇଁ ଆଜି ନୂଆଦିଲ୍ଲୀ ସ୍ଥିତ ଜୁଏଲଙ୍କ ବାସଭବନରେ ନେତାଙ୍କ ଗହଳି ଲାଗିଛି । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶପଥ ପାଠ କରିଥିଲେ । ମୋଦିଙ୍କ କ୍ୟାବିନେଟରେ ଜୁଏଲଙ୍କୁ ସ୍ଥାନ ମିଳିନଥିଲା ।  ଗତ ମୋଦି ସରକାରରେ ଜୁଏଲଙ୍କୁ ଆଦିବାସୀ କଲ୍ୟାଣ ବିଭାଗ ମିଳିଥିଲା । ଏଥର ତାଙ୍କୁ କିଛି ମିଳିନଥିବାରୁ ନାନା ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା । ତେବେ ତାଙ୍କ ବାସଭନରେ କେଉଁ ବିଷୟରେ ଚର୍ଚ୍ଚା ହୋଇଛି ତାହା ବିଷୟରେ କିଛି ସ୍ପଷ୍ଟ ସୂଚନା ନାହିଁ ।