ପୁଣି ଥରେ ଭାଲୁ ଆତଙ୍କ : ବିଜେପି ନେତାଙ୍କ ଉପରେ ଭାଲୁ ଆକ୍ରମଣ କରି କଲା ଆହତ, ନେତା ହସପିଟାଲରେ ଭର୍ତ୍ତି

ଆହତ ନେତା ଅନିରୁଦ୍ଧ ସାହୁଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି ।

126

ଛତିଶଗଡର କାଙ୍କରେରେ ପୁଣି ଥରେ ଭାଲୁମାନେ ଆତଙ୍କ ସୃଷ୍ଟି କରିଛନ୍ତି । ଏଠି ଏକ ଭାଲୁ ଶନିବାର ସକାଳେ ଅଂଚଳର ବରିଷ୍ଠ ବିଜେପି ନେତା ସହିତ ଅନ୍ୟ ୨ଜଣ ଙ୍କ ଉପରେ ଆକ୍ରମଣ କରିଛି । ଆହତ ନେତା ଅନିରୁଦ୍ଧ ସାହୁଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ପ୍ରାଥମିକ ଉପଚାର ପରେ ସାହୁଙ୍କୁ ଉଚ୍ଚ ଚିକିତ୍ସା ପାଇଁ ରାୟପୁର ସ୍ଥାନାନ୍ତର କରାଯାଇଛି । ସୂଚନାଯୋଗ୍ୟ, ସାହୁ ନିକଟରେ ହିଁ ଛତିଶଗଡ ବିଧାନସଭା ନିର୍ବାଚନରେ ସଂଚାଳକ ବି ରହିଛନ୍ତି । ଅନ୍ୟ ୨ଜଣଙ୍କ ଅବସ୍ଥା ସଂକଟାପନ୍ନ ଅଛି ।

ଦୁର୍ଘଟଣାର ସୂଚନା ମିଳିବା ପରେ ଘଟଣାସ୍ଥଳକୁ ପହଂଚିଥିବା ବନ ବିଭାଗର ଟିମ୍ ଭାଲୁକୁ ଧରିବା ପାଇଁ ଚାହୁଁଥିଲା, ହେଲେ ଭାଲୁ ବନ ବିଭାଗ କର୍ମଚାରୀଙ୍କ ଉପରେ ମଧ୍ୟ ଆକ୍ରମଣ କଲା । ପୂର୍ବ ପ୍ରସ୍ତୁତି ନକରି ଟିମ୍ ମାଛ ଧରିବା ଜାଲ ଧରିକି ଯାଇଥିବାରୁ ଭାଲୁକୁ ଧରିବାର ପ୍ରୟାସ ଅସଫଳ ହେଲା ।