ରେଳଯାତ୍ରା ସମୟରେ ଟ୍ରେନରେ ଅବ୍ୟବସ୍ଥାର ଭିଡିଓ ବନାଇଲେ ବିଜେପି ନେତ୍ରୀ : ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ କଲେ ଅଭିଯୋଗ 

179

କେନ୍ଦ୍ରରେ ମୋଦି ସରକାର ଦେଶରେ ବୁଲେଟ୍ ଟ୍ରେନର ମହତ୍ୱାକାଂକ୍ଷୀ ଯୋଜନା ଉପରେ ଦ୍ରୁତ ଗତିରେ କାମ କରୁଛି । ଏହା ସହିତ ରେଳବାଇକୁ ବି ଅପଗ୍ରେଡ କରିବା ଓ ଆଧୁନିକ କରିବା କୁହାଯାଉଛି । କିନ୍ତୁ ଏବେ ବିଜେପିର ହିଁ ଜଣେ ବରିଷ୍ଠ ନେତା ରେଳବାଇର ପର୍ଦାଫାଶ କରିଛନ୍ତି । ପ୍ରକୃତରେ ବିଜେପିର ବରିଷ୍ଠ ନେତା ଓ ପଂଜାବର ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ଲକ୍ଷ୍ମୀକାନ୍ତ ଚାୱଲା ନିକଟରେ ଏକ ଭିଡିଓ ଜାରି କରି ରେଳଗାଡି ଗୁଡିକର ଦୁର୍ଦ୍ଦଶ ସ୍ଥିତି ଉପରେ ନିରାଶ ପ୍ରଦର୍ଶନ କରିଛନ୍ତି । ଏବଂ ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ରୀୟ ରେଳମନ୍ତ୍ରୀ ପିୟୁଷ ଗୋୟଲଙ୍କୁ ଏହାର ଅଭିଯୋଗ କରିଥିଲେ ।

ଏହି ଭିଡିଓରେ ବିଜେପି ନେତ୍ରୀ ଦେଶରେ ବୁଲେଟ ଟ୍ରେନ୍ ଚଲାଇବା ବଦଳରେ ରେଳବାଇରେ ସୁଧାର ଆଣିବାକୁ କହିଲେ । ନିଜ ଦଳର ନେତାଙ୍କ ଅଭିଯୋଗରେ ବିଜେପି ନିଜକୁ ବଂଚାଇବା ପାଇଁ ଚେଷ୍ଟା କରୁଛି ଓ ନିଜ କାର୍ଯ୍ୟକାଳ ସମୟରେ ରେଳବାଇରେ କରାଯାଇଥିବା ବିକାଶ କାର୍ଯ୍ୟର ତଥ୍ୟ ଦେଉଛି ।

 

ସୂଚନାଯୋଗ୍ୟ, ଏହି ମାମଲାର ଆରମ୍ଭ ୨୨ ଡିସେମ୍ବରକୁ ହୋଇଛି । ଯେତେବେଳେ ବିଜେପି ନେତ୍ରୀ ଓ ଅମୃତସର ସେଣ୍ଟ୍ରାଲ ରୁ ବିଧାୟକ ଲକ୍ଷ୍ମୀକାନ୍ତ ଚାୱଲା ଅମୃତସର ସରଯୂ-ଯମୂନା ଏକ୍ସପ୍ରେସରେ ଅମୃତସରରୁ ଅଯୋଧ୍ୟା ଯାଉଥିଲେ । ଏହି ରେଳଯାତ୍ରା ସମୟରେ ସେ ଟ୍ରେନରେ ଅବ୍ୟବସ୍ଥା ଦେଖି ଏକ ଭିଡିଓ ସୁଟ୍ କଲେ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କର ସରକାରକୁ ଏହାର ଅଭିଯୋଗ କଲେ ।