ଠକ ବନିଲେ ବିଜେପି ନେତା ! ଜମି ଦେବାକୁ କହି କୋଟିଏରୁ ଉଦ୍ଧ୍ୱର୍ ଟଙ୍କା ଠକିନେଲେ ମୟୁରଭଂଜ ଜିଲ୍ଲା ବିଜେପି ସଭାପତି

31

କନକ ବ୍ୟୁରୋ : ଠକ ବନିଲେ ନେତା । ପୋଲିସ ପଞ୍ଝାରେ ବିଜେପି ନେତା । ଜମି ଦେବାକୁ କହି ଲୋକଙ୍କୁ ଠକିଲେ ବିଜେପି ନେତା । ମୟୁରଭଂଜ ଜିଲ୍ଲା ବିଜେପି ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଘରେ ଛାପା ମାରିଛି କମିଶନରେଟ ପୋଲିସ । ସଭାପତିଙ୍କ ବାରିପଦା ଘରେ ଏହି ରେଡ୍ ହୋଇଛି । ଜମି କାରବାରରେ କୋଟିଏରୁ ଅଧିକ ଟଙ୍କାର ଠକେଇ ମାମଲାରେ କୃଷ୍ଣଚନ୍ଦ୍ରଙ୍କ ଘରେ ଚଢାଉ କରାଯାଇଛି ।

ଗତକାଲି ରାତିରେ ଚଢାଉ କରାଯାଇଥିବା ବେଳେ ପୋଲିସକୁ ଚକମା ଦେଇ ଫେରାର ହୋଇଯାଇଛନ୍ତି ବିଜେପିର ଏହି ନେତା । ଭୁବନେଶ୍ୱରରେ ଏକ ଜମି ବିକିବା ପାଇଁ ଜଣେ ଗ୍ରାହକଙ୍କଠାରୁ କୋଟିଏ ଟଙ୍କା ଅଗ୍ରୀମ ନେଇଥିଲେ କୃଷ୍ଣଚନ୍ଦ୍ର । କିନ୍ତୁ ଚଂଚକତା କରି ସେ ଜମିକୁ ଅନ୍ୟ ଜଣକୁ ବିକିଦେଇଥିଲେ । ପୂର୍ବ ଗ୍ରାହକ ନିଜ ଟଙ୍କା ମାଗିବାରୁ କୋଟିଏ ଟଙ୍କାର ଏକ ଚେକ ଧରେଇଦେଇଥିଲେ କୃଷ୍ଣଚନ୍ଦ୍ର । କିନ୍ତୁ ବ୍ୟାଙ୍କରେ ସେ ଚେକ୍ ବାଉନସ ହେବାପରେ ପୋଲିସ ପାଖରେ ଅଭିଯୋଗ ପଂହଚିଥିଲା ।