ପରମ୍ପରା ଭାଙ୍ଗି ପୁରୀରେ କ୍ୟାବିନେଟ୍ ବୈଠକକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି ! କହିଲା ସବୁ କ୍ଷେତ୍ରରେ ବିଫଳ ନବୀନ ସରକାର

30

କନକ ବ୍ୟୁରୋ : ପୁରୀରେ କ୍ୟାବିନେଟ ବୈଠକ ଓ କ୍ୟାବିନେଟ ନିଷ୍ପତିକୁ ବିଜେପିର ଟାର୍ଗେଟ । ପରଂପରାକୁ ଭାଂଗି ସଚିବାଳୟ ବାହାରେ କାହିଁକି କ୍ୟାବିନେଟ ବୈଠକ କରଗଲା ବୋଲି ପ୍ରଶ୍ନ କରିଛି ରାଜ୍ୟ ବିଜେପି । ନବୀନ ସରକାରଙ୍କ ଅହେତୁକ ଭାଷାପ୍ରେମ ଦେଖି ରାଜ୍ୟବାସୀ ସ୍ତବ୍ଧ । ସ୍ୱାସ୍ଥ୍ୟ, ଶିକ୍ଷା, ଶିଳ୍ପ, ନିଯୁକ୍ତି ସବୁ କ୍ଷେତ୍ରରେ ଶାସକ ଦଳ ବ୍ୟର୍ଥ ହୋଇଥିବା ବେଳେ ଲୋକଙ୍କ ଦୃଷ୍ଟି ଏଡାଇବା ପାଇଁ ଭାଷାପ୍ରେମ ଜାଗ୍ରତ ହୋଇଛି ବୋଲି ବିଜେପି କହିଛି ।

୨୦ ବର୍ଷରେ ମୁଖ୍ୟମନ୍ତ୍ରୀ ନିଜେ ଓଡିଆ ଶିଖି ପାରିଲେ ନାହିଁ ଏବଂ ଶାସକ ଶାସିତର ଭାଷା ବୁଝୁନାହିଁ ବୋଲି ଭାରତୀୟ ଜନତା ପାର୍ଟି ଏକ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ ଆଣିଛି । ଉତ୍କଳ ବିଶ୍ୱବିଦ୍ୟାଳୟରେ ଥିବା ୩ଟି ଓଡିଆ ଚେୟାର ଓ କୋଲକାତାରେ ଥିବା ଚେୟାର ମଧ୍ୟ ବନ୍ଦ ହୋଇଯାଇଛି । ଓଡିଆ ଶିକ୍ଷକ ନାହାନ୍ତି କି ନିଯୁକ୍ତି ମଧ୍ୟ ହେଉନି । ନାମ କରଣ କରିଦେଲେ ଭାଷା ସମୃଦ୍ଧ ହୁଏନି, ଏଥିପାଇଁ ଆନ୍ତରିକତା ଦରକାର ଏବଂ ଏହା ସଇତାନର ବେଦ ପାଠ ବୋଲି ସାଂଘାତିକ ଅଭିଯୋଗ କରିଛି ବିଜେପି ।