ବିଜେପିରେ ମିଶିବା ପରେ ନବରଂଗପୁର ସାଂସଦଙ୍କ ଟାର୍ଗେଟରେ ରାଜ୍ୟ ସରକାର । ଆଦିବାସୀଙ୍କ ଉନ୍ନତିକୁ ପ୍ରସଙ୍ଗ କରି ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ ବଳଭଦ୍ର

152

କନକ ବ୍ୟୁରୋ: ବିଜେପିରେ ଯୋଗ ଦେବା ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ ନବରଂଗପୁର ସାଂସଦ ବଳଭଦ୍ର ମାଝି । ଆଦିବାସୀଙ୍କ ଉନ୍ନତିକୁ ପ୍ରସଙ୍ଗ କରି ବଳଭଦ୍ର ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ଗତ୫ ବର୍ଷରେ ନବରଂଗପୁରରେ ଯାହା ବି ଉନ୍ନତି ହୋଇଛି ସବୁ କେନ୍ଦ୍ର ସରକାରଙ୍କ ଯୋଜନା ପାଇଁ ହୋଇଥିବା ବଳଭଦ୍ର କହିଛନ୍ତି ।

ରାଜ୍ୟ ସରକାରଙ୍କ ଆଦିବାସୀ କଲ୍ୟାଣ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ଏହି ଅଂଚଳରୁ ହୋଇଥିଲେ ବି , ଅଂଚଳର ବିକାଶ ହୋଇପାରିନି । ସାଂସଦ ହିସାବରେ ତାଙ୍କୁ ଅନେକ ପ୍ରସଙ୍ଗରେ ଦଳ ଅଣଦେଖା କରିଥିଲ।। ସେପଟେ ବଳଭଦ୍ରଙ୍କ ଅଭିଯୋଗର ଜବାବ ରଖିଛନ୍ତି ରାଜ୍ୟ ଆଦିବାସୀ କଲ୍ୟାଣ ମନ୍ତ୍ରୀ ରମେଶ ମାଝି ।

୫ ବର୍ଷ ଧରି ଦଳରେ ରହି ଯଦି ସାଂସଦ ହିସାବରେ ବିକାଶ କରିପାରିଲେନି , ଲୋକଙ୍କ ପାଖରେ ପହଁଚି ପାରିଲେନି, ସେଥିପାଇଁ ଦାୟୀ କିଏ ବୋଲି ପ୍ରଶ୍ନ କରିଛନ୍ତି ମନ୍ତ୍ରୀ ରମେଶ ମାଝି । ସେ ଏବେ ଦଳରୁ ଯିବା ପରେ ବିଜେପିର ଭାଷା କହୁଛନ୍ତି ବୋଲି କହିଛନ୍ତି ରାଜ୍ୟ ଆଦିବାସୀ କଲ୍ୟାଣ ମନ୍ତ୍ରୀ ରମେଶ ମାଝି ।