ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ବିଜେପି ପାଳନ କରୁଛି ଲଜ୍ଜା ଦିବସ

19

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ରାଜରାସ୍ତାକୁ ଓହ୍ଲାଇବ ବିଜେପି । ଆଜି ରାଜ୍ୟ ବିଜେପି ପାଳନ କରୁଛି ଲଜ୍ଜା ଦିବସ । ହୋମଗାର୍ଡ ସନ୍ଦିପ ହାତୀଙ୍କ ମୃତ୍ୟୁ , ଦାନ ମାଝିଙ୍କ ନିଜ ସ୍ତ୍ରୀ ଶବ କାନ୍ଧରେ ବୋହି ଚାଲିବା ଘଟଣା, ନଗଡାର ଶିଶୁ ମୃତ୍ୟୁ ରାଜ୍ୟ ସରକାରଙ୍କ ବିଫଳତା ଗୋଟିଏ ଗୋଟିଏ ଉଦାହରଣ ବୋଲି କହିଛି ବିଜେପି । ପୁଲିସ ବି ଏହି ଶାସନ ସମୟରେ ନିୟନ୍ତ୍ରଣ ହରାଇଛି ।

ଦଳିତ ଆଦିବାସୀଙ୍କୁ ମଧ୍ୟ ଗୁଳି କରିବାକୁ ପୁଲିସ ପଛାଉ ନାହିଁ ବୋଲି ଦଳ ଅଭିଯୋଗ କରିଛି । ଦଳ କହିଛି ଗୁମୁଡୁମାହା ହେଉଛି ଏହାର ଉଦାହରଣ । ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଧାୟକ ନିଜ ଅପାରଗତାକୁ ଲୁଚାଇବାକୁ ଯାଇ ବିଭିନ୍ନ ପ୍ରସଙ୍ଗରେ ଆନ୍ଦୋଳନ ନାଟକ କରୁଥିବା ବିଜେପି ଅଭିଯୋଗ କରିଛି ।

ରାଜ୍ୟ ସରକାରଙ୍କ ସାମଗ୍ରିକ ବିଫଳତାକୁ ଲୋକଲୋଚନକୁ ଆଣିବା ପାଇଁ ଗାଁ ଗାଁରେ ବିଜେପି ଏହି ଲଜ୍ଜା ଦିବସ ପାଳନ କରୁଛି ବୋଲି ଦଳ ସୂଚନା ଦେଇଛି ।