ରାଜଧାନୀରେ ବିଜେପି ଯୁବମୋର୍ଚ୍ଚାର ଶକ୍ତି ପ୍ରଦର୍ଶନ ! ବିଧାନସଭା ଘେରାଉ ଉଦ୍ୟମ ବେଳେ ପୁଲିସ-ବିଜେପି କର୍ମୀ ଧସ୍ତାଧସ୍ତି

184

କନକ ବ୍ୟୁରୋ : ରାଜଧାନୀରେ ବିଜେପି ଯୁବମୋର୍ଚ୍ଚା-ପୁଲିସ ଧସ୍ତାଧସ୍ତି । ରାଜ୍ୟ ସରକାରଙ୍କ ଯୁବମାରଣ ନୀତି ବିରୋଧରେ ବିଜେପି ଯୁବ ମୋର୍ଚ୍ଚାର ବିଧାନସଭା ଘେରାଉ ଉଦ୍ୟମ ବେଳେ ଆରବିଆଇ ଅଫିସ ଆଗରେ ଅଟକାଇଥିଲା ପୁଲିସ ।

ଏହି ସମୟରେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ପୁଲିସ ଶତାଧିକ ବିଜେପି କର୍ମୀଙ୍କୁ ଅଟକ ରଖିଛି । ରାଜ୍ୟ ସରକାରଙ୍କ ଯୁବମାରଣ ନୀତି, ବେକାରୀଙ୍କୁ ରୋଜଗାର ପ୍ରଦାନରେ ବିଫଳ, ଓଡିଆ ଯୁବକ ଯୁବତୀଙ୍କୁ ସ୍ୱାବଲମ୍ବୀ କରିବାରେ ରାଜ୍ୟ ସରକାର ବାଧକ ସାଜିଥିବା ଅଭିଯୋଗ କରି ବିକ୍ଷୋଭ କରିଛି ବିଜେପି ଯୁବମୋର୍ଚ୍ଚା ।

ରାଜ୍ୟର ବିଭିନ୍ନ ସ୍ଥାନରୁ ଶହଶହ ବିଜେପି କର୍ମୀ ରାଜଧାନୀ ଲୋୟର ପିଏମଜିରେ ଏକାଠି ହୋଇ ବିଧାନସଭା ଅଭିମୁଖେ ବାହାରିଥିଲା ।