ପୁଣି ଥରେ ଦେଶରେ ବିଜୟ ବାନା ଉଡ଼ାଇବ କି ଗେରୁଆ ଦଳ ? ୨୯ ସହଯୋଗୀ ଦଳ ସହ ହାତ ମିଳାଇବା ସହ ଜିତିଥିବା ସିଟକୁ ଛାଡ଼ିବାକୁ ପ୍ରସ୍ତୁତ ବିଜେପି

203

କନକ ବ୍ୟୁରୋ : ପୁଣି ଥରେ ସମଗ୍ର ଦେଶରେ ଗେରୁଆ ବାନା ଉଡ଼ାଇବାକୁ ସଜବାଜ ହେଉଛି ବିଜେପି । ବିଜେପି ପୂର୍ବ ନିର୍ବାଚନ ପରି ସଫଳତା ଦୋହରାଇବ କି ? ଚଳିତ ନିର୍ବାଚନରେ ଗେରୁଆ ଦଳ ପାଇଁ ବିରୋଧୀଙ୍କ ମହାମେଂଟ କଡ଼ା ଟକ୍କର ଦେବ । ତେବେ ନିର୍ବାଚନୀ ରଣନୀତି ପ୍ରସ୍ତୁତ କରିସାରିଛି ବିଜେପି । କେବଳ ଯେ ରଣନୀତି ପ୍ରସ୍ତୁତ କରିଛି ତା’ନୁହେଁ ଦଳ କାମ ବି ଆରମ୍ଭ କରିଦେଇଛି । ପୂର୍ବ ଲୋକସଭା ନିର୍ବାଚନରେ ବ୍ରାଣ୍ଡ ମୋଦି ପାଇଁ ନିର୍ବାଚନ ବୈତରଣୀ ପାର ହୋଇଯାଇଥିଲା ବିଜେପି । କିନ୍ତୁ କିଛି ମାସ ପୂର୍ବରୁ ସେମିଫାଇନାଲ କୁହାଯାଉଥିବା ୫ ରାଜ୍ୟ ନିର୍ବାଚନରେ ଚିତ୍ର ସ୍ପଷ୍ଟ ହୋଇଗଲା । ହିନ୍ଦୀ ବେଲ୍ଟର ତିନି ବଡ଼ ରାଜ୍ୟ ରାଜସ୍ଥାନ, ଛତିଶତଗଡ଼ ଓ ମଧ୍ୟପ୍ରଦେଶରେ ଭାରତୀୟ ଜନତା ପାର୍ଟ ପ୍ରଚଣ୍ଡ ରୂପେ ବିଫଳ ହୋଇଥିଲା । ତେଣୁ ଚଳିତ ନିର୍ବାଚନ ଜିତିବା ପାଇଁ ବିଜେପିକୁ ଦରକାର ଏକ୍ସ ଫ୍ୟାକ୍ଟର । ଆଉ ଏକ୍ସ ଫ୍ୟାକ୍ଟର ଭାବେ ଆଂଚଳିକ ଦଳକୁ ବାଛିଛି ବିଜେପି । କଂଗ୍ରେସକୁ କ୍ଷମତା ଠାରୁ ଦୂରରେ ରଖିବା ପାଇଁ ଆଂଚଳିକ ଦଳକୁ ଅଗ୍ରାଧିକାର ଦେଉଛି ଗେରୁଆ ଦଳ ।

ଚଳିତ ଲୋକସଭା ନିର୍ବାଚନରେ ଦେଖିବାକୁ ମିଳିବ କଡ଼ା ଟକ୍କର । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି ଅଧିକରୁ ଅଧିକ ଦଳ ସହ ହାତ ମିଳାଉଛି । ୨୦୧୪ରେ ବିଜେପି ୧୬ ସହଯୋଗୀ ଦଳ ସହ ମିଶି ଲୋକସଭା ନିର୍ବାଚନ ଲଢ଼ିଥିଲା । ସୂଚନା ଅନୁସାରେ ଚଳିତ ତର ଦେଶର ନିର୍ବାଚନୀ ମାହେଲୋକୁ ଦେଖି ବିଜେପି ନୂଆ ରଣନୀତି ପ୍ରସ୍ତୁତ କରୁଛି । ଏଥର ୨୯ ସହଯୋଗୀ ଦଳ ସହଯୋଗରେ ନିର୍ବାଚନ ଲଢ଼ିବ ବିଜେପି । ଗତ ନିର୍ବାଚନରେ ବିହାରରେ ୪୦ ସିଟରୁ ୨୨ ସିଟରେ ହାତେଇବା ପରେ ବି ଚଳିତ ଥର କେବଳ ୧୭ ଟି ଆସନରୁ ନିର୍ବାଚନ ଲଢ଼ିବା ପାଇଁ ରାଜି ହୋଇଯାଇଛି ବିଜେପି । କୌଣସି କ୍ଷେତ୍ରୀୟ ଦଳକୁ ଅସନ୍ତୁଷ୍ଟ କରି ରିସ୍କ ନେବାକୁ ଚାହୁଁନି ଦଳ ବୋଲି ସ୍ପଷ୍ଟ ଜଣାପଡ଼ୁଛି । ଏହାବ୍ୟତୀତ ବିଜେପି ନିର ସହଯୋଗୀ ଦଳ ପାଇ ଜିତିଥଇବା ସିଟ୍ ମଧ୍ୟ ଛାଡ଼ିବା ପାଇଁ ପ୍ରସ୍ତୁତ ହୋଇଯାଇଛି ।

image courtesy – www.deccanchronicle.com

ଝାଡ଼ଖଣ୍ଡରେ ବି ସହଯୋଗୀ ଦଳ ପାଇଁ ବହୁତ ବଡ଼ ତ୍ୟାଗ କରିଛି ବିଜେପି । ଝାଡ଼ଖଣ୍ଡର ଗିରିଡ଼ିହ ସିଟରୁ ବିଜେପି ୫ର ଲଗାତାର ବିଜୟୀ ହେଉଛି । କିନ୍ତୁ ଚଳିତ ଥର ନିଜ ସହଯୋଗୀ ଦଳ ଏଜେଏସୟୁକୁ ନିର୍ବାଚନ ଲଢ଼ିବା ପାଇଁ ଛାଡ଼ି ଦେଇଛି ଦଳ । ମହାରାଷ୍ଟ୍ରରେ ଶିବସେନା ସହ ମେଂଟ କରିଛି ବିଜେପି । ତଥାପି ଶିବେସନା ବେଳେବେଳ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିବାକୁ ପଛାଉନାହିଁ । ଶିବସେନା ସାଂସଦ ସଞ୍ଜୟ ରାଉତ ପ୍ରଧାନମନ୍ତ୍ରୀଙ୍କୁ ଚୋର କହିବା ପାଇଁ ମଧ୍ୟ ପଛାଇ ନାହାନ୍ତି । ଶିବସେନା ନୋଟବନ୍ଦୀ, ଅର୍ଥବ୍ୟବସ୍ଥା ଓ ସର୍ଜିକାଲ ଷ୍ଟ୍ରାଇକ ମୁଦ୍ଦା ନେଇ ବିଜେପିକୁ ବାରମ୍ବାର ଘେରିଥିଲା । ଅନ୍ୟପଟେ ବିଜେପି ଏଆଇଡିଏମକେ ସହ ହାତି ମିଳାଇଛି ଏବଂ ମେଂଟରେ ଡିଏମଡିମେକୁ ମଧ୍ୟ ସାମଲି କରିଛି ।

ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଜେପିର ସହଯୋଗୀ ଦଳକୁ ମନେଇବାରେ ଲାଗିପଡ଼ିଛନ୍ତି । ରାଜଭର ସୁହେଲଦେବଙ୍କ ପାର୍ଟି ସୁହେଲଦେବ ଭାରତୀୟ ସାମଜ ପାର୍ଟିର ଛଅ ଜଣ ନେତା ଓ ନିଜ ଦଳର ସାତ ଜଣ ନେତାଙ୍କୁ ଭିନ୍ନ ଭିନ୍ନ ବୋର୍ଡ଼ ଓ ନିଗମ ପାଇଁ ନିଯୁକ୍ତି ଦେଇଛନ୍ତି । ଅନ୍ୟପଟେ ବିରୋଧୀ ଦଳ ଏକଜୁଟ ହୋଇ ବିଜେପିକୁ ଗାଦିଚ୍ୟୁତ କରିବା ପାଇଁ ମୈଦାନକୁ ଓଲ୍ହାଇବା ପାଇଁ ପ୍ରସ୍ତୁତ ହେଉଛନ୍ତି ।