ଟିକସ ଦେୟ ବାବଦରେ ଆଇଓସିଏଲଠାରୁ ଓଡିଶା ସରକାର ପାଇଲେ ୨ହଜାର ୯୩୫କୋଟି ଟଙ୍କା

18

କନକ ବ୍ୟୁରୋ : ରାଜ୍ୟ ରାଜକୋଷକୁ ଆସିଲା ୨ ହଜାର ୯ଶହ ୩୫ କୋଟି ଟଙ୍କା । ରାଜ୍ୟ ସରକାର ଏବଂ ଆଇଓସିଏଲ୍ ମଧ୍ୟରେ ହୋଇଥିବା ବୁଝାମଣା ଅନୁସାରେ ଏହି ଅର୍ଥ ଆସିଥିବା ସୂଚନା ଦେଇଛି ରାଜ୍ୟ ବିଜେପି ।

ଅନେକ ସମୟରେ କେନ୍ଦ୍ରୀୟ ଅନୁଦାନକୁ ରାଜ୍ୟ ସରକାର ସଠିକ୍ ଢ଼ଙ୍ଗରେ ଉପଯୋଗ କରୁନଥିବା ନେଇ ଅଭିଯୋଗ କରୁଥିବା ବିଜେପି ଆଜି ଏହି ଟଙ୍କାର ସୁବିନିଯୋଗ ନେଇ ଅନୁରୋଧ କରିଛି । ରାଜ୍ୟକୁ ମିଳିଥିବା ଏହି ଅର୍ଥକୁ କୃଷକଙ୍କ ଋଣ ଛାଡ଼ ଏବଂ ମହିଳାଙ୍କ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିନିଯୋଗ କରିବାକୁ ବିଜେପି ଅନୁରୋଧ କରିଛି ।