ପାର୍ଲାମେଂଟ୍ ଅଚଳାବସ୍ଥା ନେଇ ଉପବାସରେ ସରକାର ! ଭୁବନେଶ୍ୱରରେ ବିଜେପି କର୍ମୀ ଓ ସୁନ୍ଦରଗଡରେ ଜୁଏଲ ଓରାମଙ୍କ ଉପବାସ

57

କନକ ବ୍ୟୁରୋ : ଜୋର ଧରିଲା ଅନଶନ ରାଜନୀତି । କଂଗ୍ରେସ ପରେ ଏବେ ବିଜେପି ନେତାଙ୍କ ଅନଶନ । ଉପବାସରେ ରହିଲେ ସରକାର । ଦିଲ୍ଲୀ, ଭୁବନେଶ୍ୱର ସମେତ ଦେଶର ବିଭିନ୍ନ ସ୍ଥାନରେ ବିଜେପି ସାଂସଦ ଓ ମନ୍ତ୍ରୀ ଉପବାସ ଆରମ୍ଭ କରିଛନ୍ତି । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗତ ବଜେଟ୍ ଅଧିବେଶନ ଧୋଇଯିବା ବିରୋଧରେ ଏହି ଅନଶନ ହେଉଛି । ଆଉ କିଛି ସମୟ ପରେ ପ୍ରଧାନମନ୍ତ୍ରୀ ଏଥିରେ ସାମିଲ ହେବେ । ଭୁବନେଶ୍ୱରରେ ରାଜ୍ୟ ବିଜେପି କର୍ମୀମାନେ ଉପବାସ ପାଳନ କରିଥିବା ବେଳେ ସୁନ୍ଦରଗଡରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଅନଶନ କରିଛନ୍ତି ।

ସୂଚନାଯୋଗ୍ୟ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଜେପିର ସମସ୍ତ ସାଂସଦ ଓ ମନ୍ତ୍ରୀ ଉପବାସ କରିବେ । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗତ ବଜେଟ୍ ଅଧିବେଶନ ଧୋଇଯିବା ବିରୋଧରେ ମୋଦି ଏହି ଅନଶନ କରିବେ । ତେବେ ପ୍ରଧାନମନ୍ତ୍ରୀ ତାଙ୍କ ନିତିଦିନିଆ କାର୍ଯ୍ୟଶୈଳୀରେ କୌଣସି ପରିବର୍ତନ ନକରି କେବଳ ଉପବାସ ରହି ଏହି ଅନଶନ ପାଳନ କରିବେ । ସେପଟେ ବିଜେପି ସଭାପତି ଅମିତ ଶାହା କର୍ଣ୍ଣାଟକର ହୁବଲୀରେ ଏହି ଅନଶନ ପାଳିବେ । ନିଜ ନିଜ ନିର୍ବାଚନ କ୍ଷେତ୍ରରେ ସାଂସଦ ଓ ମନ୍ତ୍ରୀ ମାନେ ଉପସ୍ଥିତ ରହି ଉପବାସ କରିବାକୁ ସମସ୍ତ ସାଂସଦ ଓ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ ମୋଦି ସରକାଙ୍କୁ ବିରୋଧ କରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅନଶନରେ ବସିଥିଲେ । ସେପଟେ ମୋଦିଙ୍କ ଅନଶନ ନେଇ ରାହୁଲ କଟାକ୍ଷ କରିଛନ୍ତି । ସେ କହିଛନ୍ତି ଆଶା କରୁଛି ଉତରପ୍ରଦେଶ ଘଟଣାରେ ମୋଦି ଉପବାସ ରଖିବେ ।