ବନ୍ଦେ ମାତରମକୁ ନେଇ ରାଜନୀତି ! ଗୀତକୁ ଅସ୍ଥାୟୀ ଭାବେ ରୋକ୍ ଲଗାଇଲେ କମଲନାଥ, ଟାର୍ଗେଟ କଲେ ବିରୋଧୀ ।

174

କନକ ବ୍ୟୁରୋ : ବନ୍ଦେ ମାତରମକୁ ନେଇ ଆରମ୍ଭ ହୋଇଛି ରାଜନୀତି । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ବନ୍ଦେ ମାତରମ ଗୀତକୁ ଅସ୍ଥାୟୀ ଭାବେ ରୋକ ଲଗାଇବା ପରେ ସେ ବିରୋଧୀଙ୍କ ଟାର୍ଗେଟର ଶିକାର ହୋଇଛନ୍ତି । ସେପଟେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କଂଗ୍ରେସକୁ ଟାର୍ଗେଟ କରିଛନ୍ତି, ସେ କହିଛନ୍ତି ଜାନୁଆରୀ ୭ରେ ଭୋପାଲ ସ୍ଥିତ ସଚିବାଳୟରେ ବିଜେପିର ୧୦୯ ଜଣ ବିଧାୟକ ବନ୍ଦେ ମାତରମ ଗୀତ ଗାନ କରିବେ ।

ସୂଚନା ଅନୁସାରେ ନୂତନ ବର୍ଷ ଆରମ୍ଭ ହେବାର ପ୍ରଥମ ଦିନରେ ସଚିବାଳୟରେ ରାଷ୍ଟ୍ରୀୟ ଗୀତ ଗାନ କରାଯାଇନଥିଲା । ଯାହାକୁ ନେଇ ବିଜେପି ପ୍ରଶ୍ନବାଚୀ ସୃଷ୍ଟି କରିଛିି । ବିରୋଧୀଙ୍କ କହିବା ଅନୁସାରେ ସଚିବାଳୟରେ କ’ଣ ପାଇଁ ନିୟମ ବଦଳାଗଲା । କାରଣ ସଚିବାଳୟରେ ଆଗରୁ ବନ୍ଦେ ମାତରମ ଗୀତ ଗାନ କରାଯାଉଥିଲା । ଆଗରୁ ଚାଲୁଥିବା ନିୟମକୁ କ’ଣ ପାଇଁ ସରକାର ବଦଳାଇଲେ ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି । ଶିବରାଜ ସିଂ ଟ୍ୱିଟ ମାଧ୍ୟମରେ ମଧ୍ୟ କଂଗ୍ରେସ ସରକାରଙ୍କୁ ସମାଲୋଚନା କରିଛନ୍ତି । ଅନ୍ୟପଟେ ଆଜି ଭୋପାଲ ସ୍ଥିତ ସଚିବାଳୟରେ ବାହାରେ ବିଜେପି କର୍ମୀମାନେ କମଲନାଥଙ୍କ ବିରୋଧରେ ଆନ୍ଦୋଳନ କରିଥିବା ଦେଖିବାକୁ ମିଳିଛି ।