‘ମିଛ ପ୍ରତିଶୃତିରେ ମୋଦି ସରକାର’, ଟିଭି ସୋ’ରେ କହୁ କହୁ କହିଦେଲେ, ଗଡକରୀ ! ଭିଡ଼ିଓ ଭାଇରାଲ କଲା କଂଗ୍ରେସ

109

ବିଜେପିକୁ ଜୁମଲା ପାର୍ଟି ବୋଲି କହି ଆସୁଥିବା କଂଗ୍ରେସ ଏହାର ପ୍ରମାଣ ଦେବାକୁ ଛାଡିଲା ଭିଡ଼ିଓ । ମୋଦିଙ୍କ ଅତି ଖାସ୍ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କ ଏକ ସାକ୍ଷାତକାରକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ବିଜେପି ମିଛର ପ୍ରମାଣ ଦେବାକୁ ଚାହିଁଛି କଂଗ୍ରେସ ଦଳ । ଟ୍ୱିଟରରେ ଏହି ଭିଡିଓ ପୋଷ୍ଟ କରି ବିଜେପି ଜୁମଲା ଓ ମିଛ ପ୍ରତିଶୃତିର ସରକାର ବୋଲି କହିବାକୁ ପଛାଇ ନାହିଁ କଂଗ୍ରେସ ।


ସୋସିଆଲ ମିଡିଆରେ ଛଡାଯାଇଥିବା ଏହି ଭିଡ଼ିଓରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ମରାଠୀ ଭାଷାରେ ଯାହା କହୁଛନ୍ତି ତାହାର ଅନୁବାଦ ଇଂରାଜୀ ଭାଷାରେ କରାଯାଇଛି । ଯାହାକୁ କଂଗ୍ରେସ ଦଳ ଓ ରାହୁଲ ଗାନ୍ଧି ନିଜର ଅଫିସିଆଲ ଟ୍ୱିଟର ଆକାଉଣ୍ଟରୁ ସେୟାର କରିଛନ୍ତି । ଭିଡ଼ିଓରେ ବଲିଉଡ ଷ୍ଟାର ନାନା ପାଟେକରଙ୍କ ସହ ଥିବା ନୀତିନ ଗଡକରୀ ମରାଠୀ ଭାଷାରେ କହୁଛନ୍ତି ଯେ, ଶାସନକୁ ଆଉଥରେ ଫେରି ପାରିବୁ ନାହିଁ ଏ ବିଶ୍ୱାସ ଆମ ମାନଙ୍କ ମଧ୍ୟରେ ଥିଲା । ତେଣୁ କିଛି ଲୋକ ଆମକୁ ଲମ୍ବା ଚଉଡା ପ୍ରତିଶୃତି ଦେବାକୁ କହିଥିଲେ । ଯଦି ଆମେ ଶାସନକୁ ନ ଆସିବୁ ତେବେ କେବେ ମଧ୍ୟ ଦାୟିତ୍ୱବାନ ହୋଇପାରିବୁ ନାହିଁ । ଏବେ ସମସ୍ୟା ହେଉଛି, ଲୋକମାନେ ଆମକୁ ସରକାର ଗଢିବା ପାଇଁ ଭୋଟ ଦେଲେ । କିନ୍ତୁ ଏବେ ଲୋକମାନେ ପୂର୍ବରୁ ଆମେ ଦେଇଥିବା ପ୍ରତିଶୃତିକୁ ତାରିଖ ସହ ବାରମ୍ବାର ମନେ ପକାଇ ଦେଉଛନ୍ତି । ଆମେ କେବଳ ଲୋକଙ୍କ କଥା ଶୁଣି ହସୁଛୁ ଓ ଚାଲିଯାଉଛୁ । କିଛି ଏଭଳି ଉତ୍ତର ଥିବା ଭିଡିଓ କଂଗ୍ରେସ ଟ୍ୱିଟରରେ ଛାଡିବା ପରେ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି ।

ଏହି ଭିଡିଓ ସାମ୍ନାକୁ ଆସିବା ପରେ ବିଜେପିକୁ ଟାର୍ଗେଟ କରିବାକୁ ଭୁଲିନାହିଁ କଂଗ୍ରେସ । ମୋଦି ସରକାର ଜୁମଲା ଓ ମିଛ ପ୍ରତିଶୃତି ବଳରେ ଶାସନ କ୍ଷମତାକୁ ଆସିଛି ବୋଲି ନୀତିନ ଗଡକରୀ ମଧ୍ୟ ଶେଷରେ ସହମତ ହୋଇଛନ୍ତି ବୋଲି କହିଛି କଂଗ୍ରେସ । ଆଉ ନୀତିନଙ୍କ ଏହି ବୟାନକୁ କଂଗ୍ରେସ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ କରୁଛି । ଦ