ଆଜି ବସିବ ବିଜେପିର ଗୁରୁତ୍ୱପୂର୍ଣ୍ଣ ସଂସଦୀୟ ଦଳ ବୈଠକ : ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆସିପାରେ ପ୍ରଥମ ପ୍ରାର୍ଥୀ ତାଲିକା

140

କନକ ବ୍ୟୁରୋ : ଆଜି ବସୁଛି ବିଜେପିର ଗୁରୁତ୍ୱପୂର୍ଣ୍ଣ ସଂସଦୀୟ ଦଳ ବୈଠକ । ଏହ ବୈଠେକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହଙ୍କ ସମେତ ଅନେକ ଦିଗ୍ଗଜ ନେତା ସାମଲି ହେବେ । ଲୋକସଭା ନିର୍ବାଚନ ପାଇଁ ଆଜି ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିପାରେ । ସୂଚନା ଅନୁୁସାରେ ପ୍ରଥମ ତାଇିକାରେ ପ୍ରଥମ ପର୍ଯ୍ୟାୟ ଆଶୟୀ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇପାରେ । ୧୧ ଏପ୍ରିଲରେ ୯୧ ସିଟ୍ ପାଇଁ ମତଦାନ ହେବ ।

ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ରାଜନାଥ ସିଂହ, ନିତିନ ଗଡକରୀ, ସଦାନନ୍ଦ ଗୌଡା, ରାଧାମୋହନ ସିଂହଙ୍କର ଆସନରୁ ଘୋଷଣା ହୋଇପାରେ । ଯେଉଁଥିପାଇଁ ବିଜେପି ନିଜର ଆଶାୟୀପ୍ରାର୍ଥୀଙ୍କର ନାଁ ଘୋଷଣା କରିବା ବାକି ରହିଛି । ତେବେ ପ୍ରଥମ ଚରଣରେ ଉତ୍ତରପ୍ରଦେଶର ବି ୮ଟି ଆସନ ପାଇଁ ନିର୍ବାଚନ ହେବ । ଯେଉଁଥିପାଇଁ ଉଭୟ ସାମଜବାଦୀ ପାର୍ଟି ଏବଂ କଂଗ୍ରେସ ଏଯାବତ୍ ନିଜର ଅନେକ ଆଶାୟୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଲେଣି ।

ମିଳିଥିବା ସୂଚନା ଅନୁସାରେ କମିଟିର ବୈଠକରେ ସର୍ବପ୍ରଥମେ ପଶ୍ଚିମ ଉତ୍ତର ପ୍ରଦେଶର ଆସନ ଉପରେ ନିଷ୍ପତ୍ତି ନିଆଯାଇପାରେ । ଏଥିରେ ନୋଏଡା, ଗାଜିଆବାଦ, ଗୌତମ ବୁଦ୍ଧ ନଗର, ବାଗପତ, ବିଜନୌର, କୈରାନା, ସାହାରାନପୁର, ମୁଜାଫରନଗର ଏବଂ ମେରଠ ସାମିଲ ଅଛି । ସେହିପରି ବିହାରର ୪ ଆସନ- ଔରଙ୍ଗାବାଦ, ଗୟା, ଜମୁଇ ଏବଂ ନୱାଦା ପାଇଁ ମଧ୍ୟ ପ୍ରଥମ ପର‌୍ୟ୍ୟାୟରେ ମତଦାନ ହେବ । ମାତ୍ର ବିହାରରେ ଏବେବି ଏନଡିଏ ସିଟ ଆବଣ୍ଟନ ନେଇ ଔପଚାରିକ ଘୋଷଣା କରି ନାହିଁ । ଏହାବ୍ୟତୀତ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଓଡ଼ିଶା ଓ ଆସାମରେ ମଧ୍ୟ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ଏହି ସିଟ୍ ଗୁଡ଼ିକ ପାଇଁ ମଧ୍ୟ ପ୍ରାର୍ଥୀ ଘୋଷଣା ହୋଇପାରେ ।