ଏନସେଫାଲାଇଟିସ୍ ନିୟନ୍ତ୍ରଣ ପାଇଁ ସରକାର ଆବଶ୍ୟକ ପଦକ୍ଷେପ ନେଇନାହାଁନ୍ତି : ବିଜେପି ପ୍ରତିନିଧି ଦଳ

54

ମାଲକାନଗିରି : ଜାପାନୀ ଏନ୍ସେଫାଲାଇଟିସରେ ୪୩ଜଣଙ୍କ ମୃତ୍ୟୁ ଘଟିଥିବା ସରକାର କହୁଥିବା ବେଳେ ପ୍ରକୃତରେ ୭୫ଜଣଙ୍କ ମୃତ୍ୟୁ ଘଟିଛି ବୋଲି ଆଜି ବିଜେପି ଅଭିଯୋଗ କରିଛି । ବିଜେପି ପ୍ରତିନିଧିଦଳ ମାଲକାନଗିରି ଗସ୍ତ କଲା ପରେ ଏଭଳି ଅଭିଯୋଗ ଆଣିଛି।

ଏଥିସହ ବିଜେପି ଟିମ୍ ଅଭିଯୋଗ କରିଛି ଯେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୩୩ଟି ଡାକ୍ତର ପଦବି ରହିଥିବା ବେଳେ ମାତ୍ର ୭ ଜଣ ଡାକ୍ତରରେ ଲୋକଙ୍କ ଚିକିତ୍ସା ଚାଲିଛି। ପ୍ରତିନିଧିଦଳରେ ସାମିଲ ହୋଇଥିବା ବିଜେପି ନେତ୍ରୀ ତଥା ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ କହିଛନ୍ତି- ମାଲକାନଗିରି ଜିଲ୍ଲାରେ ୧୧୫ ଡାକ୍ତର ପଦବି ରହିଥିବା ବେଳେ ମାତ୍ର ୫୨ଜଣ ଡାକ୍ତରରେ କାମ ଚାଲିଛି।

ସରକାର ସେହି ଅଂଚଳକୁ ୫୦ ହଜାର ମଶାରୀ ପଠାଇଥିବା କହୁଥିବା ବେଳେ ମାତ୍ର ୩ ହଜାର ମଶାରୀ ଲୋକଙ୍କ ପାଖରେ ପହଂଚିଛି । ଗୋଟିଏ ଗୋଟିଏ ଘରେ ୭/୮ଜଣ ରହୁଥିବାବେଳେ ଗୋଟିଏ ମଶାରୀରେ କ’ଣ ହୋଇପାରିବ ବୋଲି ପ୍ରଶ୍ନ କରିଛନ୍ତି ସୁରମା । ତେବେ ଅନ୍ୟପଟରେ ଏହି ପରିସ୍ଥିତିର ମୁକାବିଲା ଦାୟିତ୍ୱ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର । ଏଥିରେ ରାଜନୀତି କରାଯିବା ଉଚିତ ନୁହେଁ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଅମର ଶତପଥୀ।

ଏହା ସହ ଦେଖନ୍ତୁ ଏହି ଭିଡିଓ –