ନଗଡା ଶିଶୁ ମୃତ୍ୟୁ ଘଟଣାରେ ବର୍ଷିଲା ବିଜେପିର ଫ୍ୟାକ୍ଟ ଫାଇଡିଂ ଟିମ୍

66

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଯାଜପୁର ଜିଲ୍ଲା ନଗଡା ଶିଶୁ ମଡକ ଘଟଣାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି। ରାଜ୍ୟ ବିଜେପିର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ନଗଡା ଯାଇ ସ୍ଥିତି ସମୀକ୍ଷା କରିବା ପରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଛି। ବିଧାୟକ ରବିନାରାୟଣ ନାୟକ, ପ୍ରଦୀପ ପୁରୋହିତ ଏବଂ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ସମାଲୋଚନା କରିଛନ୍ତି। ଗମନାଗମନ, ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ନଗଡାରେ ପହଂଚୁନଥିବା ଦଳ ଅଭିଯୋଗ କରିଛି। ବିକାଶ ଅର୍ଥ ବିଜେଡି କର୍ମୀଙ୍କ ଦ୍ୱାରା ହରିଲୁଟ ହେଉଛି। ତେଣୁ ଏ ଦିଗରେ ପ୍ରଥମେ ସରକାର ପଦକ୍ଷେପ ନିଅନ୍ତୁ ବୋଲି ବିଜେପି କହିଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଭିନ୍ନ ଯୋଜନା ଥିଲେ ମଧ୍ୟ ଅପପୁଷ୍ଟି ଯୋଗୁଁ ୧୯ ଶିଶୁଙ୍କ ମୃତ୍ୟୁ ନିନ୍ଦନୀୟ ବୋଲି ବିଜେପି ପ୍ରତିନିଧି ଦଳ କହିଛି।