ବାଲିଗୁଡାରେ ବିଜେପି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍

17

ବାଲିଗୁଡା : ବାଲିଗୁଡାରେ ପହଂଚିଛି ବିଜେପି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ । ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ପ୍ରତିନିଧି ଦଳ ବାଲିଗୁଡାରେ ପହଂଚିଥିବାବେଳେ ଏନକାଉଂଟରସ୍ଥଳ ପରିଦର୍ଶନ କରିବେ । ଗୁମୁଡୁମାହା ଗାଁକୁ ଯାଇ ଯେଉଁ ସ୍ଥାନରେ ନୀରିହ ଆଦିବାସୀମାନେ ପୁଲିସ ବର୍ବରତାର ଶିକାର ହେଲେ ସେହି ସ୍ଥାନ ବୁଲି ଦେଖିବେ। ସେହିପରି ମୃତାହତଙ୍କ ପରିବାରକୁ ଭେଟିବା କାର୍ଯ୍ୟକ୍ରମ ରହିଛି। ପୂର୍ବରୁ ହାଇକୋର୍ଟଙ୍କ ତତ୍ୱାବଧାନରେ ସ୍ୱତନ୍ତ୍ର ଟିମ୍ ଦ୍ୱାରା ଘଟଣାର ତଦନ୍ତ କରିବାକୁ ଦାବି କରିଆସୁଛି ବିଜେପି । ଆଜି ପୁଣି ସେହି ଦାବି ଦୋହରାଇଛନ୍ତି ବସନ୍ତ ପଣ୍ଡା, କହିଛନ୍ତି ରାଜ୍ୟ ସରକାରଙ୍କ ଏଚଆରପିସି ଅଧିନରେ ଏସଆଇଟି ଗଠନ କେବଳ ପ୍ରହସନ। ସେହିପରି ମୁଖ୍ୟମନ୍ତ୍ରୀ ନିଜେ ଗୃହ ବିଭାଗ ଦାୟିତ୍ୱରେ ଥିବାରୁ ମାନବିକତା ଦୃଷ୍ଟିରୁ କ୍ଷମାପ୍ରାର୍ଥନା କରନ୍ତୁ ବୋଲି ଦାବି କରିଛନ୍ତି ବସନ୍ତ ପଣ୍ଡା।