ବିଜେପିର ଜାତୀୟ କାର୍ଯ୍ୟକାରିଣୀ ପାଇଁ କଡା ବ୍ୟବସ୍ଥା ! ସିସିଟିଭି ନଜରରେ ଜନତା ମୈଦାନ

23

କନକ ବ୍ୟୁରୋ : ଜନତା ମଇଦାନରେ ସେସ୍ପିଆଲ ପ୍ରୋଟେକ୍ସନ ଗ୍ରୁପ(ଏସପିଜି), ନ୍ୟାସନାଲ ସିକ୍ୟୁରିଟି ଗାର୍ଡ (ଏନଏସଜି), ଇଣ୍ଡୋ ତିବତିଆନ ବୋର୍ଡର ପୋଲିସ(ଆଇଟିବିପି), ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ(ସିଆରପିଏଫ) ଓ ଓଡିଶା ପୁଲସି କବଜାରେ । ଏମାନଙ୍କୁ ଛାଡିଦେଲେ ପଡିଆ ବାହାରେ ଓ ଭିତର ୭୦ ସିସି କ୍ୟାମେରାର ନଜରରେ ରହିଛି । ଏସବୁ ଗତିିବିଧ ନିୟନ୍ତ୍ରଣ ପାଇଁ ଏକ କଣ୍ଟ୍ରୋଲ ରୁମ ମଧ୍ୟ ରହିଛି ।

ସଭାଗୃହରେ ବସିବେ ୩୩୦ ଭିଭିଆଇପି ଓ ଭିଆଇପି । ପ୍ରଧାନମନ୍ତ୍ରୀଙ୍କୁ ଯେମିତି ସଭାଗୃହରେ ଥିବା ସମସ୍ତ କର୍ମଚାରୀ ଦେଖିପାରିବେ ସେଥିପାଇଁ ୩୦ ଫୁଟ ଲମ୍ବା ଓ ୧୪ ଫୁଟ ଉଚ୍ଚତାର ଏଲସିଡି ଲାଗିଛି । ତା’ ଛଡା ଉତ୍ତମ ଶଦ୍ଦର ବ୍ୟବସ୍ଥା ରହିଛି ।