ଓବିସି ମୋର୍ଚ୍ଚା ମଣ୍ଡଳ ସଭାପତି ଅଭିମନ୍ୟୁ ଦାସଙ୍କୁ ବୋମା ପକାଇ ହତ୍ୟା ଘଟଣା : ବିଜେଡି ବିରୋଧରେ ଅଭିଯୋଗ ଆଣିଲା ବିଜେପି

33

କନକ ବ୍ୟୁରୋ : ରାଜନୈତିକ ଆକ୍ରୋଶ ରଖି ହତ୍ୟାକାଣ୍ଡ ଘଟାଇଥିବା ନେଇ ବିଜେଡି ବିରୋଧରେ ଅଭିଯୋଗ ଆଣିଲା ବିଜେପି । ଓବିସି ମୋର୍ଚ୍ଚାର ମଣ୍ଡଳ ସଭାପତି ଅଭିମନ୍ୟୁ ଦାସଙ୍କୁ ବୋମା ପକାଇ ହତ୍ୟା ଘଟଣାରେ ଏଭଳି ସାଂଘାତିକ ଅଭିଯୋଗ ଆଣିଛି ବିଜେପି ।

ଏକ ସାମ୍ବାଦିକ ସମ୍ମିଳନୀ କରି ବିଂଝାରପୁର ବିଧାୟିକା ପ୍ରମିଳ ମଲ୍ଲିକଙ୍କ ଏହି ହତ୍ୟାକାଣ୍ଡରେ ହାତ ଥିବା ସିଧାସିଧା ଅଭିଯୋଗ କରିଛି ବିଜେପି । ଯାଜପୁରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ କାର୍ଯ୍ୟକ୍ରମରେ ୫ଶହରୁ ଅଧିକ କର୍ମୀଙ୍କୁ ନେଇ ରାଲି କରିଥିଲେ ଅଭିମନ୍ୟୁ । ଏଥିରେ ଇର୍ଷାନ୍ୱିତ ହୋଇ ସୁପାରି କିଲର ଜରିଆରେ ତାଙ୍କୁ ରାସ୍ତାରୁ ହଟାଇ ଦିଆଯାଇଥିବା ଦଳ ଅଭିଯୋଗ କରିଛି । ବିଜେଡିର ରାଜନୈତିକ ଅସୂୟା ଚରମସୀମାରେ ପହଁଚିଥିବା ଭାରତୀୟ ଜନତା ପାର୍ଟି ଅଭିଯୋଗ କରିବା ସହ ଏହା ପ୍ରତିବାଦରେ ଆସନ୍ତା ୧୩ ତାରିଖରେ ପ୍ରତ୍ୟେକ ଜିଲ୍ଲା ମୁଖ୍ୟାଳୟରେ ବିକ୍ଷୋଭ କରିବ ବୋଲି କହିଛିି ।

ସେପଟେ ବିଜେପିର ଅଭିଯୋଗକୁ ଭିତ୍ତିହୀନ ବୋଲି କହିବା ସହ ହତ୍ୟାକାଣ୍ଡକୁ ନେଇ ରାଜନୀତି କରିବା ଭାରତୀୟ ଜନତା ପାର୍ଟିର ଚରିତ୍ର ବୋଲି ପାଲଟା ଅଭିଯୋଗ କରିଛନ୍ତି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ ।

ଦେଖନ୍ତୁ ଏହି ଭିଡ଼ିଓ –