ବିଜେପି ପାଇଁ କାମ କଲେ ଏମିତି ହେବ ଅବସ୍ଥା ! ପଶ୍ଚିମବଙ୍ଗର ବିଜେପି କର୍ମୀଙ୍କୁ ହତ୍ୟା କରିଲେ ଦୁର୍ବୃତ, ପିଠି ପଛରେ ମାରିଲେ ପୋଷ୍ଟର

80

ରାଜନୀତି ନେଇଯାଇଛି ନିରୀହ ମଣିଷର ଜୀବନ । ପଶ୍ଚିମ ବଙ୍ଗଳାର ପୁରୁଲିଆରେ ବିଜେପିର ଏକ ଦଳିତ କର୍ମକର୍ତ୍ତାକୁ ହତ୍ୟା କରି ଏକ ଗଛରେ ଟଙ୍ଗି ଦେଇଛନ୍ତି ଦୁର୍ବୃତ । ମୃତ ବ୍ୟକ୍ତିର ଶରୀରରେ ଏକ ପୋଷ୍ଟର ମଧ୍ୟ ଲଗାଯାଇଛି , ଯେଉଁଥିରେ ଲେଖାଯାଇଛି ବିଜେପି ପାଇଁ କାମ କଲେ ପରିଣାମ ଏମିତି ହେବ । ଏହି ଅଭାବନୀୟ ଘଟଣାଟି ଘଟିଛି ପୁରୁଲିଆର ବଳରାମପୁର ଥାନା ଅଞ୍ଚଳରେ । ବଳରାମପୁର ନିକଟରେ ଏକ ଘଞ୍ଚ ଜଙ୍ଗଲରେ ବିଜେପିର ଜଣେ ଦଳିତ କର୍ମକର୍ତ୍ତାଙ୍କୁ ମାରି ଗଛରେ ଟାଙ୍ଗି ଦେଇଥିବା ଘଟଣା ସମସ୍ତଙ୍କୁ ଭୟଭୀତ କରିଦେଇଛି ।


ସୂଚନା ଅନୁଯାୟୀ, ମୃତକ ଜଣକ ହେଉଛନ୍ତି ୧୮ ବର୍ଷିୟ ତ୍ରୀଲୋଚନ ମହୋତ । ତେବେ ଭାଜପା କର୍ମକର୍ତ୍ତା ମାନଙ୍କ କହିବା ଅନୁଯାୟୀ, ପଞ୍ଚାୟତ ନିର୍ବାଚନରେ ତ୍ରୀଲୋଚନ ସକ୍ରୀୟ ରହି ଦଳ ପାଇଁ କାମ କରିଥିଲେ । ଏହି କାରଣରୁ ତ୍ରୀଲୋଚନଙ୍କୁ ହତ୍ୟା କରାଯାଇଥାଇ ପାରେ ବୋଲି ଭାଜପା ନେତା ମାନେ ଦାବି କରିଛନ୍ତି । ଅପର ପକ୍ଷରେ ମୃତ ଶରୀର ପଛରେ ଲାଗିଥିବା ପୋଷ୍ଟରରୁ ଏହା ସ୍ପଷ୍ଟ ହେଉଛି କି ନିର୍ବାଚନରେ ଥିବା ରାଗ କାରଣରୁ ତ୍ରୀଲୋଚନଙ୍କ ହତ୍ୟା କରାଯାଇଛି । ଏହି ଘଟଣା ସମ୍ନାକୁ ଆସିବା ପରେ ଭାଜପା ଦଳର ନେତା ଏବଂ ସ୍ଥାନୀୟ ଲୋକେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପୋଲିସକୁ ତ୍ରାଲୋଚନଙ୍କ ଶବକୁ ସେଠାରୁ ନେବାକୁ ଦେଇନଥିଲେ । ତେବେ ପୁଲିସ ସେଠାରେ ଉପସ୍ଥିତ ଥିବା ସମସ୍ଥ କର୍ମକର୍ତ୍ତାଙ୍କୁ ବୁଝା ସୁଝା କରି ଦୋଷୀଙ୍କୁ ଖୁବ ଶୀଘ୍ର ଗିରଫ କରି ଦଣ୍ଡ ଦେବାକୁ

ଆଶ୍ୱସନା ଦେବା ପରେ ବିକ୍ଷୋଭକରୀ ଆନ୍ଦୋଳନକୁ ବନ୍ଦ କରିଥିଲେ ।
ପରେ ପୁଲିସ ଏହି ଘଟଣାର ଏକ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଅପର ପକ୍ଷରେ ଅମିତ ଶାହା ଏହି ଘଟଣା ଉପରେ ଟ୍ୱିଟ କରି କହିଛନ୍ତି, ପଶ୍ଚିମ ବଙ୍ଗଳାର ବଳରାମପୁରରେ ଆମ ଯୁବ କର୍ମକର୍ତ୍ତା ତ୍ରୀଲୋଚନଙ୍କ ନିଷ୍ଠୁର ହତ୍ୟା ପାଇଁ ମୁଁ ବହୁତ ଦୁଃଖିତ ।