ବିଜ୍ଞାପନ ପାଇଁ ଟାର୍ଗେଟରେ ବିଜେପି ! ଟପିଛି ନିର୍ବାଚନୀ ଖର୍ଚ୍ଚ ସୀମା, ନିର୍ବାଚନ ଆୟୋଗ ନିକଟରେ ଫେରାଦ ଦେଲା କଂଗ୍ରେସ

132

କନକ ବ୍ୟୁରୋ : ମଧ୍ୟପ୍ରଦେଶରେ ଶିବରାଜଙ୍କ ନାମରେ ବିଜେପିକୁ ଘେରିଛି କଂଗ୍ରେସ । ବିଜ୍ଞାପନରେ ହେଉଥିବା ଖର୍ଚ୍ଚ ଜରିଆରେ ବିଜେପିକୁ କଂଗ୍ରେସ ଟାର୍ଗେଟ କରିଛି । ବିଜେପି ବିଜ୍ଞାପନରେ ନିର୍ବାଚନ ପ୍ରଚାରର ଖର୍ଚ୍ଚ ଅଧିକୁ କରୁଛି । ଏନେଇ ନିର୍ବାଚନ ଆୟୋଗରେ ଅଭିଯୋଗ କରିଛି କଂଗ୍ରେସ ।

ମାଫ୍ କରୋ ମହାରାଜ୍,ହମାରା ନେତା ଶିବରାଜ .. ଏହି ବିଜ୍ଞାପନ ଉପରେ କଂଗ୍ରେସ ବିଜେପିକୁ ଟାର୍ଗେଟ କରିଛି । କଂଗ୍ରେସର ଲିଗାଲ ସେଲର ଅଧ୍ୟକ୍ଷ ଅଜୟ ଗୁପ୍ତା ଅଭିଯୋଗ କରିଛନ୍ତି ମଧ୍ୟପ୍ରଦେଶର ପ୍ରାୟ ଖବରକାଗଜରେ ଛପୁଥିବା ବିଜ୍ଞାପନରେ ଶିବରାଜଙ୍କ ସିଂ ଚୌହାନଙ୍କ ଚେହେରା ଓ ନାମକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଏପରିସ୍ଥଳେ ବିଜେପି ସହ ଏହି ବିଜ୍ଞାପନରୁ ଶିବରାଜଙ୍କ ପ୍ରଚାର ଅଧିକ ହେଉଛି । ୧୧ ନଭେମ୍ବରରେ ଛପା ହୋଇଥିବା ଏହି ବିଜ୍ଞାପନ ଖର୍ଚ୍ଚ ୨୮ ଲକ୍ଷ ହୋଇସାରିଛି । ଯାହା ନିର୍ବାଚନୀ ଖର୍ଚ୍ଚ ସୀମାକୁ ଟପିଯାଇଛି । ନିର୍ବାଚନ ଆୟୋଗରେ ଫେରାଦ ହେବା ସହ ବିଜ୍ଞାପନ ଉପରେ ରୋକ ଲଗାଇବା ପାଇଁ ଦାବି କରିଛି କଂଗ୍ରେସ ।

ମଧ୍ୟପ୍ରଦେଶରେ ଲଗାତାର ୧୫ ବର୍ଷ ଧରି ଶାସନରେ ଥିବା ବିଜେପି ପୁଣି ଥରେ ଶିବରାଜଙ୍କ ଉପରେ ଭରସା କରିଛି । ଆଉ ଏଥିପାଇଁ ବିଜ୍ଞାପନ ଠାରୁ ଆରମ୍ଭ କରି ପ୍ରଚାର ସାମଗ୍ରୀ ପର୍ଯ୍ୟନ୍ତ ସବୁଠି ଶିବରାଜ ସିଂ ଚୌହାନଙ୍କ ଚେହେରା ଦେଖାଯାଉଛି । ତେବେ ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ନିର୍ବାଚନ ଆୟୋଗର ସର୍କୁଲାର ଅନୁସାରେ ଆଶାୟୀ ପ୍ରାର୍ଥୀର ନାମ ଷ୍ଟାର କ୍ୟାମ୍ପେନର ସୂଚୀରେ ସାମିଲ ଥିଲେ ନିର୍ବାଚନ ପ୍ରଚାରର ଖର୍ଚ୍ଚ ତାଙ୍କ ନିଜ ଖାତାରେ ଯୋଡ଼ାଯିବ । ତେବେ ଏପଟେ କଂଗ୍ରେସର ଅଭିଯୋଗର ଯାଂଚ କରାଯିବ ବୋଲି ସେ କହିଛନ୍ତି । ସେପଟେ କଂଗ୍ରେସର ଅଭିଯୋଗ ପରେ ବିଜେପି କହିଛିି ୨୦୧୯ ନିର୍ବାଚନ ପ୍ରଚାର ସମୟରେ ପୋଷ୍ଟରେ ରାହୁଲ ଗାନ୍ଧୀଙ୍କ ଫଟୋ ଗାୟବ ରହିବ କି ?