ବିଜେବି କଲେଜରେ ପ୍ରାକ୍ ନିର୍ବାଚନୀ ହିଂସା : କଲେଜ ପରିସରରେ କ୍ୟାମ୍ପନିଂ ବେଳେ ଛାତ୍ରୀଙ୍କୁ ଛାତ୍ରଙ୍କ ଅସଦାଚରଣ

65

କନକ ବ୍ୟୁରୋ : ବିଜେବି କଲେଜରେ ପ୍ରାକ୍ ନିର୍ବାଚନୀ ହିଂସା । କଲେଜ ପରିସରରେ କ୍ୟାମ୍ପନିଂ ବେଳେ ଛାତ୍ରୀଙ୍କୁ ଛାତ୍ରଙ୍କ ଅସଦାଚରଣ ପ୍ରତିବାଦରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଛାତ୍ରୀ ଜଣଙ୍କ ଭାଇସ ପ୍ରେସିଂଡେଟ କ୍ୟାଣ୍ଡିଡେଂଟ । ସେ ଆଜି କଲେଜରେ କ୍ୟାମ୍ପନିଂ କରୁଥିବା ବେଳେ ଯୁକ୍ତ ୩ ଛାତ୍ର ଆଶିଷ ମହାପାତ୍ର ତାଙ୍କୁ କମେଂଟ ମାରିଥିଲେ ।

ଯାହାର ପ୍ରତିବାଦରେ ଛାତ୍ରଛାତ୍ରୀ ମାନେ ଅଧ୍ୟକ୍ଷଙ୍କ ଅଫିସ ଘେରାଉ କରିଥିଲେ । ସମ୍ପୃକ୍ତ ଛାତ୍ରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ତାଙ୍କୁ କଲେଜରୁ ବହିଷ୍କାର ପାଇଁ ଲିଖିତ ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ । ଅଭିଯୋଗ ଅନୁସାରେ ଘଟଣାର ତଦନ୍ତ କରାଯିବ । କଲେଜର ଏକ କମିଟି ଏହି ଘଟଣାର ତଦନ୍ତ କରିବା ପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ବିଜେବି କଲେଜ ଅଧ୍ୟକ୍ଷ ।