ଯୁଗ ପରିବର୍ତ୍ତନକାରୀ ହେବ ୨୦୧୯ ଲୋକସଭା ନିର୍ବାଚନ : ବିଜେପି

230

କନକ ବ୍ୟୁରୋ : ଆଗାମୀ ଲୋକସଭା ନିର୍ବାଚନରେ ବିଜୟ ହାସଲ ପାଇଁ ଜୋରସୋରରେ ଲାଗିପଡ଼ିଛି ବିଜେପି । ଏହାକୁ ଦୃଷ୍ଟିରେ ରଖି ଆଜି ଦିଲ୍ଲୀର ଆଇଜି ଷ୍ଟାଡ଼ିୟମରେ ବିଜେପି ବୁଥ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଏହି ସମ୍ମିଳନୀରେ ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହ ଉଦବୋଧନ ଦେଇ କହିଛନ୍ତି ୨୦୧୯ ଲୋଭସଭା ନିର୍ବାଚନ ସାଧାରଣ ନିର୍ବାଚନ ପରି ହେବ ନାହିଁ । ଯୁଗ ବଦଳାଇବ ୨୦୧୯ ନିର୍ବାଚନ । ୧୯୭୭ ନିର୍ବାଚନ ପରି ହେବ ଚଳିତ ଲୋକସଭା ନିର୍ବାଚନ । ୨୦୧୯ ନିର୍ବାଚନରେ ବଂଶବାଦ, ଜାତବାଦ ଉପରେ ଲଗାମ୍ ଲାଗିବ । ଦିଲ୍ଲୀରେ ୭ଟିରୁ ୭ ସିଟ୍ କିପରି ବିଜେପି ଜିତିବ ସେନେଇ କାର୍ଯ୍ୟକର୍ତ୍ତା ସୁନିଶ୍ଚିତ କରିବା ଜରୁରୀ ବୋଲି ସେ କହିଛନ୍ତି ।

ଦିଲ୍ଲୀରେ ୩ ପାର୍ଟି ବିଜେପି, କଂଗ୍ରେସ ଓ ଆମ ଆଦମି ପାର୍ଟି ମଧ୍ୟରେ କଡ଼ା ମୁକାବିଲା ହେବ । ଅମିତ ଶାହ ଏହି କାର୍ଯ୍ୟକ୍ରମରେ କେଜରିୱାଲ ଓ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି । ଉଭୟଙ୍କ ଠାରୁ ଅଧିକ କେହି ମିଛ କହିପାରିବେ ନାହିଁ । ଏବେ ପର୍ଯ୍ୟନ୍ତ ୧୯୮୪ ଶିଖ୍ ଦଙ୍ଗା ପୀଡ଼ିତଙ୍କୁ ନ୍ୟାୟ ମିଳିନଥିଲା । ମୋଦି ସରକାର ଆସିବା ପରେ ହିଁ ଏସଆଇଟି ଗଠନ ହୋଇଥିଲା ଓ ଯାଂଚ ଆରମ୍ଭ ହୋଇଥିଲା । ଏବଂ ମୋଦି ସରକାରଙ୍କ ସମୟରେ ଶିଖ୍ ଦଙ୍ଗା ପୀଡ଼ିତଙ୍କୁ ନ୍ୟାୟ ମିଳିଲା ।

ଏହା ବ୍ୟତୀତ କେଜରିୱାଲଙ୍କୁ ୫୦୦ ନୂଆ ସ୍କୁଲ କେଉଁଠ ବୋଲି ପ୍ରଶ୍ନ କରିଛନ୍ତି ଶାହ । ପ୍ରତି ଲୋକସଭାରେ ନୂଆ ହସ୍ପିଟାଲ କେଉଁଠି ? ଏବେ ପର୍ଯ୍ୟନ୍ତ କୌଣସି ସ୍ଥାନରେ ସିସିଟିଭି କ୍ୟାମେରା ଲାଗିନାହିଁ କାହିଁକି । ଏବେ ବି ୫୦ ପ୍ରତିଶତ ଦିଲ୍ଲୀ ବାସିନ୍ଦା ଦୁର୍ଗନ୍ଧଯୁକ୍ତ ପାଣି ପିଉଛନ୍ତି । ଆଜିର ଆୟୋଜିତ ସଭାରେ କେଜରିୱାଲଙ୍କୁ ଟାର୍ଗେଟ କରିବା ସହ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ମଧ୍ୟ କଡ଼ା ସମାଲୋଚନା କରିଛନ୍ତି ଶାହ । କୋଟି କୋଟି ଟଙ୍କାର ଘୋଟାଲା କରିବା ପରେ କଂଗ୍ରେସ ଆଜି ବିଜେପି ବିରୋଧରେ ଅଭିଯୋଗ କରୁଛି ।