ଲୋକଙ୍କ ରୋଷର ଶିକାର ହେଲେ ବିଜେପି ନେତା ! ନିର୍ବାଚନ ପ୍ରଚାର ସମୟରେ ଜୋତାମାଳ ପିନ୍ଧାଇଲେ ଜନତା

38

ନିର୍ବାଚନ ପ୍ରଚାର କରିବା ପାଇଁ ଯାଇଥିବା ବିଜେପି ପ୍ରାର୍ଥୀଙ୍କୁ ଜୋତା ମାଳ । ଏପରି ଅଭାବନୀୟ ଘଟଣା ଘଟିଛି ମଧ୍ୟପ୍ରଦେଶର ଧାମନୋଡ଼ରେ । ବିଜେପିର ଜଣେ ନେତା ପୌର ନର୍ବାଚନର ପ୍ରଚାର ପାଇଁ ଯାଇଥିବା ସମୟରେ ତାଙ୍କୁ ଜୋତାମାଳରେ ସ୍ୱାଗତ କରିଛନ୍ତି ଲୋକେ । ରବିବାର ଦିନ ଘଟିଛି ଏହି ଘଟଣା । ଦିନେଶ ଶର୍ମା ନାମକ ଜଣେ ବିଜେପି ନେତାର ଧାମନୋଡ଼୍ ପୌର ନିର୍ବାଚନରେ ଭୋଟ ମାଗିବା ପାଇଁ ଘର ଘର ହୋଇ ଲୋକଙ୍କ ପାଖକୁ ପହଞ୍ଚିଥିଲେ । ନେତାଙ୍କୁ ନିଜ ପାଖରେ ପାଇ ଲୋକଙ୍କ ମନରେ ଥିବା କ୍ରୋଧ ସମ୍ଭରଣ କରିପାରିନଥିଲେ । ବ୍ୟବସ୍ଥା ଉପରେ ରାଗିଥିବା ଜନତା ନେତାଙ୍କ ବେକରେ ଜୋତା ମାଳ ପକାଇଦେଲେ ।

ତାଙ୍କୁ ଜୋତା ମାଳ ପିନ୍ଧାଇଥିବା ବ୍ୟକ୍ତି କହିଛନ୍ତି ଉକ୍ତ ଅଂଚଳରେ ସବୁବେଳେ ପାଣିର ସମସ୍ୟା ଲାଗିରହେ । ଆଉ ଏଥପାଇଁ ଅନେକ ଥର ଅଭିଯୋଗ କରିଥିଲେ ହେଁ କିଛି ସୁଫଳ ମିଳିନି । ଲୋକଙ୍କ ସମସ୍ୟାର ସମାଧାନ ପାଇଁ ସରକାର ଏଯାଏଁ କିଛିି ପଦକ୍ଷେପ ନେଇନାହାନ୍ତି । ଏତଦ୍ ବ୍ୟତୀତ ପାଣି ସମସ୍ୟା ପାଇଁ ମହିଳାମାନେ ଚେୟାରପର୍ସନଙ୍କ ପାଖକୁ ଅଭିଯୋଗ କରିବା ପାଇଁ ଯାଇଥିଲେ । କିନ୍ତୁ ସମସ୍ୟା ସମାଧାନ କରିବା ପରିବର୍ତ୍ତେ ମହିଳାଙ୍କ ବିରୋଧରେ ଅଭିଯୋଗ କରିଥିଲ । ଆଉ ଏଥିପାଇଁ ମହିଳାମାନଙ୍କୁ ବାରମ୍ବାର ପୋଲିସ ଷ୍ଟେସନ ଦୌଡ଼ିବା ପାଇଁ ପଡ଼ିଥିଲା । ଅନେକ ଥର ରାତି ସମୟରେ ମଧ୍ୟ ପୋଲିସ ଷ୍ଟେସନକୁ ଯାଇଛନ୍ତି ମହିଳା । ଆଉ ଏଥିପାଇଁ ଲୋକଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଆଉ ଜନତାଙ୍କ ଭିଡ଼ ଭିତରେ ବିଜେପି ନେତାଙ୍କୁ ପିନ୍ଧିବା ପାଇଁ ପଡ଼ିଲା ଜୋତାମାଳ ।

ତେବେ ଏ ଘଟଣା ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜେପି ନେତା ଦିନେଶ ଶର୍ମା । ସେ କହିଛନ୍ତି ମୁଁ ସ୍ଥାନୀୟ ଲୋକଙ୍କ ପୁଅ ପରି । କୌଣସି ଅସୁବିଧା ପାଇଁ ଯଦି ସେମନେ ନାରାଜ ହୋଇ ଏପରି କରିଛନ୍ତି, ତେବେ ସେ ସମସ୍ୟା ବିଷୟରେ ବୁଝିି ସମାଧାର କରିବା ପାଇଁ ପ୍ରୟାସ କରିବେ ।