ଆସନ୍ତା ୧୨ ତାରିଖରେ ବିଜେପି ପକ୍ଷରୁ କନ୍ଧମାଳ ବନ୍ଦ ଡାକରା

36

କନକ ବ୍ୟୁରୋ : ଆସନ୍ତା ୧୨ ତାରିଖରେ କନ୍ଧମାଳ ବନ୍ଦ ଡାକରା ଦେଇଛି ବିଜେପି । ନିରୀହ ଆଦିବାସୀଙ୍କୁ ଏନକାଉଂଟର ପ୍ରତିବାଦରେ ବନ୍ଦ ଡାକରା ଦିଆଯାଇଛି । ସାମୟିକ ଭାବେ ହରତାଳ କରାଯିବ । ଆସନ୍ତାକାଲି ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ୭ ଜଣିଆ ଫ୍ୟାକ୍ଟ ପାଇଣ୍ଡିଂ ଟିମ ବାଲିଗୁଡା ଗସ୍ତ କରିବ । ବାଲିଗୁଡା ଫେକ୍ ଏନକାଉଂଟର ଘଟଣା ରାଜ୍ୟ ପାଇଁ କଳଙ୍କ । ରାଜ୍ୟ ସରକାର ଅପାରାଗ ଓ ଗୁଇନ୍ଦା ବିଭାଗ ବିଫଳତାର ଏହା ଏକ ପ୍ରମାଣ ବୋଲି କହିଛନ୍ତି ବିଜେପି ମୁଖପାତ୍ର ସଜ୍ୱନ ଶର୍ମା ।