ବୌଦ୍ଧରେ ମନ୍ତ୍ରୀ ସଂଜୟ ଦାସବର୍ମା ଓ ପୁଷେନ୍ଦ୍ରଙ୍କୁ ବିଜେପିର କଳାପତାକା ପ୍ରଦର୍ଶନ

28

ବୌଦ୍ଧ : ମହାନଦୀ ଉପରମୁଣ୍ଡରେ ଛତିଶଗଡର ବ୍ୟାରେଜ ନିର୍ମାଣ ବିରୋଧରେ ବିଜେଡିର ଜିଲ୍ଲାୱାରୀ ପ୍ରତିବାଦ ଜାରି ରହିଛି । ଆଜି ବୌଦ୍ଧ ଜିଲ୍ଲାରେ ଦଳ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦିଆଯାଇଛି । ତେବେ ବୌଦ୍ଧ ଗସ୍ତବେଳେ ଖାଦ୍ୟ ଯୋଗାଣ ମନ୍ତ୍ରୀ ସଂଜୟ ଦାସବର୍ମା ଓ ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓଙ୍କୁ ବିରୋଧ କରିଛି ବିଜେପି । ଦଳର କର୍ମୀ କଳା ପତାକା ଦେଖାଇ ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିଛନ୍ତି । ପୁଲିସ ୫ ଜଣ ଯୁବ ବିଜେପି କର୍ମୀଙ୍କୁ ଗିରଫ କରିଛି । ସେପଟେ ଦେଖିବାକୁ ମିଳିିଛି ଆଉଏକ ଅଭାବନୀୟ ସ୍ଥିତି। ବିଜେପି କର୍ମୀଙ୍କୁ ଆକ୍ରମଣ କରିଛନ୍ତି ବିଜେଡି କର୍ମୀ । ପୁଲିସ ଉପସ୍ଥିତିରେ ବିଜେପି କର୍ମୀଙ୍କୁ ବିଧା, ଗୋଇଠା ମାରିଛନ୍ତି ମନ୍ତ୍ରୀଙ୍କ ସମର୍ଥକ।