ବିଜେପିର ବୁଥକୁ ବିଜେଡିର ୱାର୍ଡ : ୱାର୍ଡ ସ୍ତରରେ ଲୋକଙ୍କ ପାଖରେ ପହଂଚିବ ବିଜୁ ଜନତା ଦଳ

22

କନକ ବ୍ୟୁରୋ : ଗୋଟିଏ ପରେ ଗୋଟିଏ ସଫଳତାରେ ଉତ୍ସାହିତ ବିଜେପି ନେତାଙ୍କ ଓଡିଶା ଦଖଲ ଆହ୍ୱାନ । ଗଂଜାମ ଗସ୍ତରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଏହି ବୟାନ ଓଡିଶା ରାଜନୀତିକୁ ଚଳଚଂଚଳ କରି ଦେଇଛି । ଖାଲି ଏତିକି ନୁହେଁ ତୃଣମୂଳ ସ୍ତରରେ ଦୁର୍ବଳ ଥିବା ବିଜେପିକୁ ସୁଦୃଢ କରିବା ପାଇଁ ବୁଥ୍ ସ୍ତରକୁ ଯିବା ପାଇଁ ଆରମ୍ଭ ହେଲା ‘ମୋ ବୁଥ୍ ସବୁଠୁ ମଜବୁତ୍ ’ କାର୍ଯ୍ୟକ୍ରମ ।

ବିଜେପି ବୁଥ୍ ସ୍ତରକୁ ଯାଇ ତୃଣମୂଳ ସ୍ତରରେ ନିଜର ପ୍ରଭାବ ବିସ୍ତାର କରିବାକୁ ଯୋଜନା କରୁଥିବା ବେଳେ ବିଜେଡି , ୱାର୍ଡ ସ୍ତରରେ ନିଜର ଦବଦବା ପକାଇବାକୁ ପ୍ରସ୍ତୁତ ହେଉଛି ।

୧ – ଅଗଷ୍ଟ ୩୧ ଠାରୁ ୱାର୍ଡ ସ୍ତରକୁ ଯାଇ ଲୋକଙ୍କୁ ଭେଟିବେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ
୨ – ତୃଣମୂଳ ସ୍ତରରେ ବିଜେପିକୁ କାଂଉଟର କରିବାକୁ ଯୋଜନା
୩ – ଅଗଷ୍ଟ ୩୧ରୁ ସେପ୍ଟେମ୍ବର ଶେଷ ଯାଏଁ ଏହି କାର୍ଯ୍ୟକ୍ରମ କରିବ ବିଜେଡି
୪ – ୧୭ ବର୍ଷର ସରକାରର ଜନ କଲ୍ୟାଣକାରୀ ଯୋଜନାର ପ୍ରଚାର କରିବ ଦଳ
୫-ଜୁଲାଇ ଶେଷରେ ଦଳର ବ୍ଲକ୍ କମିଟିର ବୈଠକ ବସି ୱାର୍ଡ ସ୍ତରରେ କାମ ପାଇଁ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ହେବ ।

ଗୋଟିଏ ପଟେ ନିଜ ଦଳକୁ ଅନେକ ସଫଳତା ଦେଇଥିବା ବିଜେପିର ମୁଖ୍ୟ ରଣନୀତି ପ୍ରସ୍ତୁତକାରୀ ଅମିତ୍ ଶାହା ଓ ଅନ୍ୟପଟେ ଓଡିଶା ରାଜନୀତିର ପଶାପାଲିରେ ସଫଳତା ସହ ଗୋଟି ଚଳାଇ ୧୭ ବର୍ଷ ଧରି ଶାସନ କ୍ଷମତାରେ ଥିବା ନବୀନ ପଟ୍ଟନାୟକ । ଆଉ ଏହି ଦୁଇ ତୁଙ୍ଗ ରାଜନେତା ଏବେ ତୃଣମୂଳ ସ୍ତରରେ ନିଜ ନିଜ ଦଳର ସଫଳତା ପାଇଁ ଗୋଟି ଚଳାଇବେ ।