ସମ୍ବର୍ଦ୍ଧନା ସଭାରେ ସଂଘର୍ଷ : କେନ୍ଦ୍ରମନ୍ତ୍ରୀଙ୍କୁ ସ୍ୱାଗତ ବେଳେ ପଦାରେ ପଡିଲା ବିଜେପିର ଗୋଷ୍ଠୀ କନ୍ଦଳ

466

କନକ ବ୍ୟୁରୋ : ସମ୍ବର୍ଦ୍ଧନା ସଭାରେ ଦେଖିବାକୁ ମିଳିଲା ସଂଘର୍ଷ । ଦୁଇ ଓଡିଆ କେନ୍ଦ୍ରୀମନ୍ତ୍ରୀଙ୍କୁ ବିମାନବନ୍ଦରରେ ସ୍ୱାଗତ କରିବା ସମୟରେ ସଂଘର୍ଷ ଦେଖିବା ପାଇଁ ମିଳିଥିଲା । ବିଜେପି ନେତା ଉମେଶ ଖଣ୍ଡେଲୱାଲ ଓ ଠାକୁର ରଂଜିତ ଦାସଙ୍କୁ ଟଣାଭିଡା କରିଥିଲେ କିଛି ବିଜେପି କର୍ମୀ । ଉଭୟଙ୍କୁ ଜଗନ୍ନାଥ ପ୍ରଧାନଙ୍କ ସମର୍ଥକ ମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଚଳିତ ନିର୍ବାଚନରେ ଭୁବନେଶ୍ୱର ମଧ୍ୟ ବିଧାନସଭାରୁ ବିଜେପି ପ୍ରାର୍ଥୀ ଥିଲେ ଜଗନ୍ନାଥ ପ୍ରଧାନ । ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ସ୍ୱାଗତ କରିବା ପାଇଁ ପ୍ରବଳ ଉତ୍ସାହର ସହ ଭୁବନେଶ୍ୱର ବିମାନବନ୍ଦରରେ ପହଚିଂଥିଲେ ବିଜେପି କର୍ମୀ । ଆଉ ସମ୍ବର୍ଦ୍ଧନା ଭିତରେ ଦେଖିବାକୁ ମିଳିଥିଲା ଏମିତି ସଂଘର୍ଷ । କୁହାଯାଉଛି, ଜଗନ୍ନାଥ ପ୍ରଧାନ ଓ ଉମେଣ ଖଣ୍ଡେଲୱାଲଙ୍କ ମଧ୍ୟରେ ପୂର୍ବରୁ ତିକ୍ତତା ରହିଆସିଛି । ଏପରିକି ମାସେ ତଳେ ଜଗନ୍ନାଥ ପ୍ରଧାନଙ୍କ ସମର୍ଥକ ଉମେଣ ଖଣ୍ଡେୱାଲଙ୍କ ଗାଡିକୁ ଭଙ୍ଗାରୁଜା କରିଥିବା ନେଇ ଥାନାରେ ମାମଲା ହୋଇଥିଲା ।

ସେପଟେ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି ୨ ଓଡିଆ କେନ୍ଦ୍ରମନ୍ତ୍ରୀ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପଧାନ ଓ ପ୍ରତାପ ଷଡଙ୍ଗୀ ପୁରୀ ଗସ୍ତରେ ଯାଇ ଜଗନ୍ନାଥଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି । କେନ୍ଦ୍ରରେ ମନ୍ତ୍ରୀ ଭାର ସଂଭାଳିବା ପରେ ପ୍ରଥମ ଥର ଓଡିଶା ଗସ୍ତରେ ଆସିଛନ୍ତି ୨ ଓଡିଆ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ । ଆଜି ଦିଲ୍ଲୀରୁ ବିମାନ ଯୋଗେ ଭୁବନେଶ୍ୱରରେ ପହଁଚିବା ପରେ ୨ କେନ୍ଦ୍ର ମନ୍ତ୍ରୀଙ୍କୁ ବିପୁଳ ସ୍ୱାଗତ ସଂବର୍ଧନା ଦେଇଥିଲେ ଦଳୀୟ କର୍ମୀ । ବିଜେପି କର୍ମୀ ବାଜା ବାଣ ପଟୁଆରରେ ସ୍ୱାଗତ କରିଥିଲେ କର୍ମୀମାନେ । ମୋଦି ସରକାର ଗଠନ ହେବା ପରେ ପ୍ରଥମ ଥର ପାଇଁ ଓଡିଶା ଆସିଛନ୍ତି ପେଟ୍ରୋଲିୟମ, ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଏମଏସଏମଇ, ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ।