ଏକାଠି ହେଲେ ବିଜେପି-ବିଜେଡି ସାଂସଦ । ମୋଦି ବହି ଉନ୍ମୋଚନ କରୁଥିଲେ, ସାଂସଦ ପାଖରେ ଠିଆ ହୋଇଥିଲେ ।

ବିଜେପି-ବିଜେଡି ଭିତରେ ଦୂରତା କମୁଛି, ସଂପର୍କ ବଢୁଛି । ଗତ କିଛି ଦିନ ଭିତରେ ଅନେକ ଘଟଣାକ୍ରମ ଏଭଳି ଘଟିଛି ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଆଉ ଏହାରି ଭିତରେ ମୋଦିଙ୍କ ଉପସ୍ଥିତିରେ ପୁଣି ଏକାଠି ହୋଇଛନ୍ତି ଦୁଇ ଦଳର ସାଂସଦ ।

525

କନକ ବ୍ୟୁରୋ : ପୁଣି ଏକାଠି ହେଲେ ବିଜେଡି-ବିଜେପି ସାଂସଦ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଡକ୍ଟର ପ୍ରବୋଧ କୁମାର ମିଶ୍ରଙ୍କ ବହି ଉନ୍ମୋଚନ ବେଳେ ଏକାଠି ଦେଖିବା ଦେଖିବାକୁ ମିଳିଲା ଉଭୟ ଦଳର ସାଂସଦଙ୍କୁ । ୨ ଦିନ ତଳେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କୁ ଏକାଠି ଭେଟିଥିଲେ ଦୁଇ ଦଳର ସାଂସଦ । ଯାହା ଦୁଇ ଦଳ ଭିତରେ ବଢୁଥିବା ନିବିଡତାକୁ ପୁଣି ଚର୍ଚ୍ଚାର ପରିଧି ଭିତରକୁ ଆଣିଛି ।

ଗତ କିଛି ଦିନର ଘଟଣାକ୍ରମକୁ ଦେଖିଲେ ବିଜେଡି ଓ ବିଜେପି ଭିତରେ ରାଜନୈତିକ ଦୂରତା କମିବା ସହ ବନ୍ଧୁତା ବଢୁଥିବା କଥା ଚର୍ଚ୍ଚା ହେଉଛି । ପ୍ରଥମେ ବିଜେପିର ରାଜ୍ୟସଭା ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ ଦେଲା, ପରେ ଅନେକ ବିବାଦୀୟ ବିଲରେ ବିଜେଡି ତାର ଆଭିମୁଖ୍ୟ ପରିବର୍ତ୍ତନ କରି କେନ୍ଦ୍ର ସହ କାନ୍ଧକୁ କାନ୍ଧ ମିଳାଇ ଠିଆ ହେଲା, ତେଣୁ ରାଜ୍ୟ ରାଜନୀତିରେ ଆଗାମୀ ଦିନରେ କିଛି ହଟଚମଟ ଦେଖିବାକୁ ମିଳିବ କି, ସେନେଇ ସମୀକ୍ଷା ଆରମ୍ଭ ହୋଇଯାଇଛି ।