ବ୍ରହ୍ମପୁର ପାଲଟିଲା ରଣକ୍ଷେତ୍ର : ବିଜେପି,ବିଜେଡି କର୍ମୀ ମୁହାଁମୁହିଁ

32

ବ୍ରହ୍ମପୁର ବ୍ୟୁରୋ, କନକ ନ୍ୟୁଜ୍ : ମୁଖ୍ୟମନ୍ତ୍ରୀଙ୍କ ଗଂଜାମ ଗସ୍ତ ବେଳେ ଗଣ୍ଡଗୋଳ । ଦୁଇ ବିରୋଧୀ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ବିଜେପି ଓ ବିଜେଡି କର୍ମୀ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ବ୍ରହ୍ମପୁର ଷ୍ଟେସନରେ ବିଜେପି ଜିଲ୍ଲା ସଂପାଦକଙ୍କୁ ଆକ୍ରମଣ କରିଛନ୍ତି ବିଜେଡି କର୍ମୀ । ବ୍ରହ୍ମପୁର ସହରର ବିଭିନ୍ନ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ଆସିଥିବା ବେଳେ ବିଜେଡି କର୍ମୀମାନେ ସଂଘବଦ୍ଧ ଭାବେ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏପରିକି ନିୟନ୍ତ୍ରଣ ଆଳରେ ପୁଲିସ ମଧ୍ୟ ତାଙ୍କୁ ମାଡମାରିଥିବା ସେ ଅଭିଯୋଗ କରିଛନ୍ତି । ଆଜି ଦିନିକିଆ ଗଂଜାମ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ଗଂଜାମ ଗସ୍ତରେ ଯାଇ ତାର୍ଥଯାତ୍ରୀ ଯୋଜନାର ଶୁଭାରମ୍ଭ କରିବେ । ବ୍ରହ୍ମପୁର ରେଳଷ୍ଟେସନରୁ ଏହି ଯୋଜନାର ଶୁଭାରମ୍ଭ କରାଯିବ । ଏହାଦ୍ୱାର ବରିଷ୍ଠ ନାଗରିକମାନେ ଉପକୃତ ହେବେ,ଏହାସହ ଆସିକା ଓ ଗୋପାଳପୁରରେ ବିଭିନ୍ନ ପ୍ରକଳ୍ପର ମଧ୍ୟ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । ନ୍ୟୁଜ ସହ ଦେଖନ୍ତୁ ଏହି ଭିଡିଓ :