ସାମ ପିଟ୍ରୋଡାଙ୍କୁ ନେଇ ବିଜେପି-ବିଜେଡି ପୁଣି ମୁହାଁମୁହିଁ ! କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଲା ବିଜେପି

46

କନକ ବ୍ୟୁରୋ: ସାମ ପିଟ୍ରୋଡାଙ୍କୁ ନେଇ ବିଜେପି-ବିଜେଡି ପୁଣି ମୁହାଁମୁହିଁ ହୋଇଛନ୍ତି । ବିଜେପି ସାମଙ୍କୁ ଟାର୍ଗେଟ କରି କହିଛି, ତାଙ୍କର ଓଡିଶା ପାଇଁ ଦରଦ ଥିଲେ ରାଜ୍ୟ ପାଇଁ କଣ କରିଛନ୍ତି ଜଣାନ୍ତୁ । ତାଙ୍କୁ ମନ୍ତ୍ରୀ ପଦର ସୁରକ୍ଷା ଦରକାର ଥିଲା । ଆଉ ସେ ସୋନିଆ ଓ ନବୀନ ଗଠବନ୍ଧନରୁ ସୁରକ୍ଷା ନେବାକୁ ଆସିଛନ୍ତି । ରାନସମ ଭାଇରସ ପ୍ରସଙ୍ଗରେ ସେ ସରକାରଙ୍କୁ କି ଉପଦେଶ ଦେଇଛନ୍ତି ବୋଲି ବିଜେପି ପ୍ରଶ୍ନ କରିଛି ।

ସେପଟେ ବିଜେଡି ଏ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଜାତୀୟସ୍ତରର ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ରାଜନୈତିକ ପରିଧିକୁ ଆଣିବା ଦୁର୍ଭାଗ୍ୟଜନକ । ତାଙ୍କୁ ନ୍ୟୁନ କଲେ ରାଜ୍ୟ ନ୍ୟୁନ ହେବ ଓ ରାଜ୍ୟ ସୁନାମରେ ଆଂଚ ଆସିବ ବୋଲି କହିଛି ବିଜେଡି । କଂଗ୍ରେସ ବିଜେପି ଉପରେ ବର୍ଷିଛି । ସାମଙ୍କ ଉପରେ ଏଭଳି ଅଭିଯୋଗ ଆଣିବା ଦେଶଦ୍ରୋହ ସହ ସମାନ ବୋଲି କହିଛି କଂଗ୍ରେସ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-