ମୁହାମୁହିଁ ବିଜେଡି-ବିଜେପି : ସମ୍ବଲପୁରରେ ବିଜେପିର ଟାର୍ଗେଟ୍ ପରେ ବିଜେଡିର କଡ଼ା ଆଭିମୁଖ୍ୟ

28

ବରଗଡ଼ : ତେଜୁଛି ବିଜେଡି-ବିଜେପି ବିବାଦ । ଆଗାମୀ ୨୪ ତାରିଖ କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କ ବରଗଡ଼ ଗସ୍ତକୁ ବିରୋଧ କରିବ ବିଜେଡି । ଦରଦାମ ବୃଦ୍ଧି, ଚାଷୀ ସମସ୍ୟା ଏବଂ ବୁଣାକାରଙ୍କ ସମସ୍ୟାର ସମାଧନ ନେଇ କେନ୍ଦ୍ର ସରକାର କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ କରି କେନ୍ଦ୍ରମନ୍ତ୍ରୀଙ୍କୁ ବିରୋଧ କରିବାକୁ ନିଷ୍ପତି ହୋଇଛି । କେନ୍ଦ୍ର ସରକାର ୭ଟି ଯୋଜନାକୁ ବନ୍ଦ କରି ଦେଇଥିବା ବେଳେ ୨୬ଟି ଯୋଜନାରେ ସହାୟତା ଅନୁପାତକୁ ହ୍ରାସ କରିଦେଇଛି । ଯାହା ଓଡିଶା ଲୋକଙ୍କୁ ଉପହାସ ସଦୃଶ ବୋଲି ବିଜେଡି ଅଭିଯୋଗ କରିଛି । ତେବେ ବିଜେଡିର ଅଭିଯୋଗକୁ ଖଣ୍ଡନ କରିଛି ବିଜେପି ।