କେନ୍ଦ୍ର ସରକାର ଲୋକଙ୍କ ପାଇଁ ଚିନ୍ତିତ : ନୀତିନ୍ ଗଡକରୀ

42

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଓଡିଶାରେ ବିଜେପିର ବିକାଶ ଉତ୍ସବ । ଯୋଗ ଦେଇଛନ୍ତି ନୀତିନ୍ ଗଡକରୀ । କେନ୍ଦ୍ରରେ ମୋଦି ସରକାର ନିଜ ଦୁଇ ବର୍ଷ କାର୍ଯ୍ୟକାଳ ମଧ୍ୟରେ ହାସଲ କରିଥିବା ସଫଳତା ବିଷୟରେ ସେ ଲୋକଙ୍କ ନିକଟରେ ତଥ୍ୟ ଉପସ୍ଥାପନ କରିଛନ୍ତି । ଏହି ଅବସରରେ ନୀତିନ୍ କହିଛନ୍ତି କେନ୍ଦ୍ର ସରକାର ଲୋକଙ୍କ ପାଇଁ ଚିନ୍ତିତ । ଲୋକଙ୍କ ଉନ୍ନତିରେ ଦେଶର ଉନ୍ନତି ସମ୍ଭବ । ଜନଧନ ଯୋଜନା ପରେ ଲୋକମାନେ ଠିକ୍ ଭାବରେ ଉପକୃତ ହୋଇଥିବା କହିବା ସହ ଗରିବଙ୍କ ଉନ୍ନତି ପାଇଁ ସରକାର ବହୁ ଯୋଜନା କରିଛନ୍ତି ବୋଲି କହିଛନ୍ତି ନୀତିନ୍ । ଏହା ସହ କେନ୍ଦ୍ର ସରକାର ସ୍କିଲ ଡେଭଲପମେଂଟ ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି । ଗ୍ୟାସ ସବସିଡି ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ତେବେ ପୂର୍ବ ଭାରତର ଉନ୍ନତିରେ ପାରାଦୀପ ପୋର୍ଟ ପ୍ରମୁଖ ଭୁମିକା ନେବା ସହ ଏମସିଏଲ ଉତ୍ପାଦନରେ ବୃଦ୍ଧି ଲକ୍ଷ ରଖାଯାଇଛି ବୋଲି କହିଛନ୍ତି ନୀତିନ୍ ଗଡକରୀ ।

ତେବେ ଟୋଲଗେଟ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ନୀତିନ । କହିଛନ୍ତି କୌଣସି ଟୋଲଗେଟ ବେଆଇନ ନୁହେଁ । କେବଳ ଓଡିଶା ପାଇଁ ନିୟମ ହେବନି । ଯାହାବି ନିୟମ ହେବ ସମଗ୍ର ଦେଶ ପାଇଁ ହେବ  ।