ଚାପ ବଢୁଛି ଖଣ୍ଡା ଝୁଲୁଛି! ମେୟରଙ୍କୁ ନେଇ ରାଜଧାନୀରେ ମହାଭାରତ

51

କନକ ବ୍ୟୁରୋ : ଭୁବନେଶ୍ୱର ମେୟର୍ ଅନନ୍ତ ନାରାୟଣ ଜେନାଙ୍କ ଇସ୍ତଫା ଦାବିରେ ବିରୋଧୀଙ୍କ ରଣନୀତି ଆହୁରି ଜୋରଦାର୍ ହୋଇଛି । ଭୋରରୁ ବିଜେପି କର୍ମୀ ବାସଭବନକୁ ଅଣ୍ଡାମାଡ କରିଥିବା ବେଳେ କଂଗ୍ରେସ କର୍ମୀ ଶକ୍ତି ପ୍ରଦର୍ଶନ କରିଛନ୍ତି ।

ଭୋର୍ ପ୍ରାୟ ୬ଟା । ରାଜମହଲ୍ ଛକ ନିକଟ ମେୟରଙ୍କ ସରକାରୀ ବାସଭବନ ଆଗରେ ପହଂଚିଥିଲେ ମୁଖା ପିନ୍ଧା ଯୁବକ । ପ୍ରଥମେ ବିଜେପିର ଝଣ୍ଡା ପୋତିଥିଲେ ବାସଭବନ ଆଗରେ । ଆଉ ଏହା ପରେ ବାସଭବନ ଉପରକୁ ଅଣ୍ଡାମାଡ କରି ଚମ୍ପଟ ମାରିଥିଲେ । ତେବେ କିଏ ଏହି ଯୁବକ । କାହିଁକି ପରିଚୟକୁ ଗୋପନ ରଖି ମେୟରଙ୍କ ଘଣ ଉପରକୁ ଅଣ୍ଡାମାଡ କଲେ । ବିଜେପି ପତାକା ଧରି ଥିବାରୁ ସନ୍ଦେହ କରାଯାଉଛି, ଏ ଯୁବକ ଦୁଇ ଜଣ ବିଜେପିର କର୍ମୀ ହୋଇଥିବେ । ହେଲେ ପାହାନ୍ତି ପହରର ଏ ଘଟଣା କିନ୍ତୁ ମୋଟେ ବିଚଳିତ କରି ନଥିଲା ମେୟରଙ୍କୁ ।

vlcsnap-2016-12-20-19h25m48s150ସେପଟେ ମେୟରଙ୍କ ଇସ୍ତଫା ଦାବିରେ ରାଜମହଲ ଛକରେ ଶକ୍ତି ପ୍ରଦର୍ଶନ କରିଥିଲା କଂଗ୍ରେସ । ଆଉ ଏଥିରେ ଆହତ ହୋଇଛନ୍ତି ଛାତ୍ର କଂଗ୍ରେସ୍ ସଭାପତି ଇତିଶ୍ ପ୍ରଧାନ । ଯିଏ ପ୍ରଥମେ ଏହି ଘଟଣା ସାମ୍ନାକୁ ଆଣିଥିଲେ । ମେୟରଙ୍କ ସେକ୍ସ ଭିଡିଓ ସହ ଋଷି ମୃତ୍ୟୁ ମାମଲାର ସଂପର୍କ ଥିବା ଦାବି କରିଥିଲେ । ଆଉ ଏହା ପରେ ପୁଲିସ୍ ତାଙ୍କୁ ଥାନାରେ ହାଜର ହେବାକୁ ନୋଟିସ୍ ଜାରି କରିଥିଲା ।

ବିକ୍ଷୋଭ ବେଳେ ଆହତ ହୋଇଥିଲେ ଇତିଶ୍ । ତେଣୁ ପ୍ରଥମେ କ୍ୟାପିଟାଲ୍ ହସ୍ପିଟାଲକୁ ନିଆଯାଇଥିଲା । ଚିକିତ୍ସା ପରେ ଆମ୍ବୁଲାନ୍ସ ଯୋଗେ ଇତିଶଙ୍କୁ ନିଜ ସାଥୀ ନେଇ ଆସିଥିଲେ କ୍ୟାପିଟାଲ୍ ପୁଲିସ୍ ଷ୍ଟେସନକୁ । ହେଲେ ଅସୁସ୍ଥତା କାରଣରୁ ପୁଲିସ୍ ରେକର୍ଡ କରି ନଥିଲା ବୟାନ୍ ।

ସେପଟେ ଅନ୍ୟ ଏକ ଘଟଣା କ୍ରମରେ ନିଆଁଖୁଂଟା ଡଟ୍ କମର ମୁଖ୍ୟ ପ୍ରଦୀପ ପାଣ୍ଡେ ଆଜି ହାଜର ହୋଇଥିଲେ କମିଶନରେଟ୍ ପୁଲିସ୍ ନିକଟରେ । ତେବେ କେବଳ କଥାବାର୍ତ୍ତା କରି ଫେରି ଯାଇଥିଲେ । ତେବେ ଗଣମାଧ୍ୟମ ଆଗରେ ଆଜି ମାପିଚୁପି ଓ ରହସ୍ୟମୟ ବୟାନ୍ ରେକର୍ଡ କରିଥିଲେ ।