ନିର୍ବାଚନକୁ ନେଇ ସରଗରମ ରାଜସ୍ଥାନ ରାଜନୀତି ! ବିଜେପି-କଂଗ୍ରେସର ଜୋରଦାର ପ୍ରଚାର ।

114

କନକ ବ୍ୟୁରୋ : ପାଖେଇ ଆସୁଛି ରାଜସ୍ଥାନ ବିଧାନସଭା ନିର୍ବାଚନ । ନିର୍ବାଚନ ପୂର୍ବରୁ ଉଭୟ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି ନିର୍ବାଚନ ପ୍ରଚାରକୁ ଜୋରଦାର କରିଛନ୍ତି । ନିର୍ବାଚନକୁ ନେଇ ରାଜସ୍ଥାନ ରାଜନୀତି ସରଗରମ ଥିବା ବେଳେ ଆଜି ମାରାଥନ ପ୍ରଚାର କରିଛନ୍ତିି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ସେ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି ରାହୁଲ କୁହନ୍ତୁ ତାଙ୍କର ସେନାପତି କିଏ ।

ସେହିପରି ପଛରେ ପଡିନାହିଁ କଂଗ୍ରେସ । ରାଜସ୍ଥାନରେ ବିଜେପିକୁ ଟକ୍କର ଦେବା ପାଇଁ କଂଗ୍ରେସ ମଧ୍ୟ ଜୋରଦାର ପ୍ରସ୍ତୁତି କରିଛି । ଆଜି ଦଳର ୩୦ଜଣ ନେତା ପ୍ରଚାର ମଇଦାନକୁ ଓହ୍ଲାଉଛନ୍ତି । କଂଗ୍ରେସର ଷ୍ଟାର ପ୍ରଚାରକ ନବଜୋତ ସିଂ ସିଦ୍ଧୁଙ୍କ ସହ ଜ୍ୟୋତିରାଦିତ୍ୟ ସିନ୍ଧିଆ, ସଚିନ ପାଇଲଟ, ଅଶୋକ ଗହଲୋତ, ଭୁପେନ୍ଦ୍ର ସିଂ ହୁଡ୍ଡା ଜନସଭାକୁ ସମ୍ବୋଧିତ କରିଛନ୍ତି । ତେବେ ତୁଙ୍ଗନେତାଙ୍କ ପ୍ରଚାର ନିର୍ବାଚନୀ ମାହୋଲକୁ ଆହୁରି ଉଷ୍ମ କରିଛି । ଏହାର ଭିତରେ ସମସ୍ତଙ୍କ ନଜର ରହିଛି ଏଥର ରାଜସ୍ଥାନରେ କିଏ ଗଢିବ ସରକାର । ତେବେ ନିର୍ବାଚନ ପୂର୍ବରୁ ଉଭୟ ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ପ୍ରଚାରକୁ ଜୋରଦାର କରିଛନ୍ତି ।