କିଏ ହାତେଇବ ଆଦିବାସୀ ଭୋଟ୍ ? ବିଜେପିର ପୁରୀ ରାଷ୍ଟ୍ରୀୟ ସମାବେଶ ରଣନୀତିକୁ ପ୍ରତିହତ ପାଇଁ ତୟାର ବିଜେଡି କ୍ୟାମ୍ପ ।

ଫୋକସରେ ଆଦିବାସୀ ଭୋଟ୍ ! ୧ରୁ ପୁରୀରେ ବିଜେପିର ତିନିଦିନିଆ ରାଷ୍ଟ୍ରୀୟ ଆଦିବାସୀ ଅଧିବେଶନ, ଫେବୃୟାରୀ ଦ୍ୱିତୀୟ ସପ୍ତାହରେ ବିଜେଡିର ଆଦିବାସୀ ସମାବେଶ ।

124

କନକ ବ୍ୟୁରୋ: ବିଜେପି ଖେଳିବ ଆଦିବାସୀ କାର୍ଡ଼ । ଆସନ୍ତା ୧ ତାରିଖ ଠାରୁ ତିନିଦିନିଆ ଆଦିବାସୀ ମୋର୍ଚ୍ଚାର ମହାଧିବେଶନ ଆୟୋଜିତ କରିବ ବିଜେପି । ପୁରୀ ତାଳବଣିଆ ଠାରେ ହେବାକୁଥିବା ଏହି ସମ୍ମିଳନୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ଏହାସହ ତିନି ଦିନିଆ ଏହି ସମାବେଶରେ ଆସାମ ଓ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସମେତ ତ୍ରିପୁରାର ଉପ-ମୁଖ୍ୟମନ୍ତ୍ରୀ ଯୋଗଦେବେ ।

ସେପଟେ ସମାବେଶର ଶେଷ ଦିନରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଯୋଗଦେବେ ବୋଲି ଅନୁସୂଚିତ ଜନଜାତି ମୋର୍ଚ୍ଚା ସଭାପତି ରାମ ବିଚାର ନେତାମ ସୂଚନା ଦେଇଛନ୍ତି । ଶାହ ଆଗାମୀ ଫେବୃୟାରୀ ୩ରେ ମଧ୍ୟ ଓଡ଼ିଶା ଗସ୍ତରେ ଆସିବେ ବୋଲି ଓଡ଼ିଶା ପୂର୍ବରୁ ବିଜେପି ପ୍ରଭାରୀ ଅରୁଣ ସିଂହ କହିଥିଲେ । ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟ କେନ୍ଦ୍ରମନ୍ତ୍ରୀମାନେ ମଧ୍ୟ ଓଡ଼ିଶା ଗସ୍ତରେ ଆସିବେ।

ଅନ୍ୟପଟେ ଆସନ୍ତା ଫେବୃୟାରୀ ୨୦ ତାରିଖ ଶେଷ ସୁଦ୍ଧା ଆଦିବାସୀ ହକ୍ ସମାବେଶ କରିବ ବିଜେଡି । ଭୁବନେଶ୍ୱରରେ ହଜାର ହଜାର ଆଦିବାସୀଙ୍କୁ ନେଇ ବିଜେଡି ସମାବେଶ କରିବ ବୋଲି ଏସସି-ଏସଟି ସେଲ୍ ଆବାହକ ବିଷ୍ଣୁ ଦାସ ସୂଚନା ଦେଇଛନ୍ତି । ଗୋଟିଏ ପଟେ ବିଜେପିର ଆଦିବାସୀ ସମାବେଶ ଏହାର କିଛି ଦିନ ପରେ କାଉଣ୍ଟର କରିବାକୁ ବିଜେଡି ମଧ୍ୟ ସଜବାଜ ହେଉଛି ।

ଆଦିବାସୀଙ୍କୁ ନେଇ ରାଜନୈତିକ ଗୋଟି ଚାଳନା କରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ଉଭୟ ବିଜେଡି-ବିଜେପି । ତେବେ ବିଜେପି ପାଇଁ ଓଡ଼ିଶାରେ ପଦ୍ମ ଫୁଟାଇବା ଏତେ ସହଜ ହେବ ନାହିଁ କାରଣ ଶାସକ ବିଜେଡି ମଧ୍ୟ ଉଭୟ କଂଗ୍ରେସ ଏବଂ ବିଜେପି ଠାରୁ ଢ଼େର ଗୁଣା ଆଗରେ ରହିଛି ବୋଲି ବିଭିନ୍ନ ସର୍ଭେ ରିପୋର୍ଟରୁ ଜଣାପଡ଼ିଛି । ତେଣୁ ବିଜେପି କ୍ୟାମ୍ପରେ ମନ୍ତ୍ର ଦେଇ ଆଦିବାସୀ କାର୍ଡ଼ ଖେଳିବାକୁ ସମର ସଜ୍ଜା କରୁଛି ବିଜେପି ବୋଲି ଚର୍ଚ୍ଚା ହେଉଛି ।