ବିଶ୍ୱ ଯୋଗ ଦିବସକୁ ନେଇ ବିଜେଡିକୁ ଘେରିଛି ବିଜେପି

19

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ : ବିଶ୍ୱ ଯୋଗ ଦିବସ ନେଇ ଆରମ୍ଭ ହୋଇଛି ରାଜନୀତି । ଏନେଇ ଶାସକ ବିଜେଡିକୁ ଘେରିଛି ବିଜେପି । ଯେଉଁଠି ମଙ୍ଗଳବାର ବିଶ୍ୱ ସ୍ତରରେ ପାଳିତ ହେବ ଯୋଗ ଦିବସ, ସେଠାରେ ରାଜ୍ୟ ସରକାର କେନ୍ଦ୍ର ବିରୋଧୀ ମନୋଭାବ ଦେଖାଇ ଏହାର ପାଳନ କ୍ଷେତ୍ରରେ କୌଣସି ଉଲ୍ଲେଖନୀୟ ପଦକ୍ଷେପ ନେଉ ନଥିବା ବିଜେପି ଅଭିଯୋଗ କରିଛି । ଏହାକୁ ନ ପାଳନ କରିବା ନିନ୍ଦନୀୟ ଓ ଦୁର୍ଭାଗ୍ୟଜନକ ବୋଲି ବିଜେପି ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି । ଅନ୍ୟପଟେ ବିଜେଡି ପାଲଟା ପ୍ରଶ୍ନ କରିଛି, ସରକାରୀ ସ୍ତରରେ ଯୋଗ ଦିବସ ପାଳନ କରାଯିବା ନେଇ ନିର୍ଦ୍ଦିଷ୍ଟ ନିୟମ ଅଛି କି?