ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ନେଇ ମୁହାଁମୁହିଁ ବିଜେପି-ବିଜେଡି !

41

କନକ ବ୍ୟୁରୋ : ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ନେଇ ମୁହାଁମୁହିଁ ବିଜେପି-ବିଜେଡି । ରାଜ୍ୟରେ ସର୍ବଶିକ୍ଷା ଅଭିଯାନ ଫେଲ୍ ମାରିଥିବା ବିଜେପି ଅଭିଯୋଗ କରିଛି । ୨୪ ହଜାର ୪୪୬ ଟି ଶିକ୍ଷକ ପଦବୀ ଖାଲିପଡିଥିବା ବେଳେ ସରକାରୀ ସ୍କୁଲରେ ୧୧ ହଜାର ୩୪୧ ଟି ପଦବୀ ଖାଲି ପଡିଛି । କଲେଜ ଏବଂ ସ୍କୁଲ ସ୍ତରରେ ୫ ପ୍ରକାର ଶିକ୍ଷକ ଅଧ୍ୟାପକ କାର୍ଯ୍ୟକରୁଥିବା ବେଳେ ସ୍କୁଲ ସ୍ତରରେ ୯୦ ପ୍ରତିଶତ ଶିକ୍ଷକଙ୍କର ସର୍ବନିମ୍ନ ଶିକ୍ଷାଦାନ ଯୋଗ୍ୟତା ଅର୍ଜନ କରିନାହାନ୍ତି ବୋଲି ବିଜେପି ଅଭିଯୋଗ ଆଣିଛନ୍ତି । ବିଜେପିର ଏଭଳି ଅଭିଯୋଗକୁ ବିଜେଡି ସମାଲୋଚନା କରିଛି ।