ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିଜେପିର ବିରୋଧ ! କଟକରେ କଳାପତାକା ସହ ଚୁଡିପ୍ରଦର୍ଶନ, ପୁଲିସ ସହ ଧସ୍ତାଧସ୍ତି

20

କନକ ବ୍ୟୁରୋ : କଟକରେ ଉଦଘାଟନ ରାଜନୀତି । କଟକରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବାକୁ ପହଁଚିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିଛି ବିଜେପି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି କଟକ ସିଡିଏରେ କଳାପତାକା ଓ ଚୁଡି ପ୍ରଦର୍ଶନ କରିଛି ବିଜେପି । ଅନ୍ୟପଟେ ପୁଲିସ ଗାଡି ଉପରକୁ ଅଣ୍ଡାମାଡ କରିଛନ୍ତି ବିଜେପି କର୍ମୀ । ବିଜେପି କର୍ମୀଙ୍କୁ ରୋକିବାକୁ ଯାଇ କର୍ମୀ ଓ ପୁଲିସ ଧସ୍ତାଧସ୍ତି ହୋଇଛନ୍ତି । ଆଜି ସହରାଂଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ ସେବା କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବା ପୂର୍ବରୁ ଗତକାଲି ବିଜେପି ଯୁବ ମୋର୍ଚ୍ଚା କର୍ମୀ ଉଦ୍ଦଘାଟନ କରିଥିଲେ । ଯାହାକୁ ନେଇ ମୁହାଁମୁହିଁ ହୋଇଥିଲେ ଦୁଇ ଦଳର କର୍ମୀ ।

ସେପଟେ ବିଜେପିର ବିରୋଧ ପ୍ରଦର୍ଶନ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜେଡି ନେତା ଦେବାଶିଷ ସାମନ୍ତରାୟ । ସେ କହିଛନ୍ତି, ବିଜେପି ହତାଶ ହୋଇ ଏଭଳି କାମ କରିଛି । ବିଜେପି ନେତା ମନ୍ତ୍ରୀ ଥିବାବେଳେ କଟକ ପାଇଁ କିଛି କରିନାହାନ୍ତି । କେବଳ ନିଜ ସମ୍ପତି ବଢାଇଛନ୍ତି । ଦଳକୁ ବଂଚାଇବା ପାଇଁ ବିଜେପି ଏପରି କରୁଛି । ବିଜେପିର ଏଭଳି କାମକୁ ନିନ୍ଦା କରୁଛି ବୋଲି କହିଛନ୍ତି ଦେବାଶିଷ ।