ଖଣି ଜରିମାନା ଆଦାୟ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ନିଷ୍ପତିକୁ ବିଜେପିର ବିରୋଧ !

23

କନକ ବ୍ୟୁରୋ : ଖଣି ଜରିମାନା ଆଦାୟ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ନିଷ୍ପତିକୁ ବିରୋଧ କରିଛି ବିଜେପି । ଅନୈତିକ ଖଣି ଉତ୍ତୋଳନକାରୀଙ୍କଠାରୁ ଜରିମାନା ବାବଦରେ ୫୯ହଜାର କୋଟି ଟଙ୍କା ଆଦାୟ କରିବା ପାଇଁ ଧାର୍ଯ୍ୟ କରାଯାଇଥିଲା । ଏବଂ ସୁପ୍ରିମକୋର୍ଟ ମଧ୍ୟ ଶତପ୍ରତିଶତ ଜରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଦେଇଥିଲେ । ହେଲେ ରାଜ୍ୟ ସରକାର ମିଛ କହି ସୁପ୍ରିମକୋର୍ଟଙ୍କ ନିଷ୍ପତିକୁ ଭୁଲ୍ ଦିଗ ଦେଇ ଜୋରିମାନାକୁ ୧୭ହଜାର କୋଟି କଲେ ବୋଲି ବିଜେପି ଅଭିଯୋଗ କରିଛି ।

ଯେଉଁ ବଳକା ୪୨ହଜାର କୋଟି ରାଜ୍ୟ ତହବିଲକୁ ଆସିଥାନ୍ତା ଏବଂ ଆଦିବାସୀଙ୍କ ବିକାଶରେ ଆସିଥାନ୍ତା ତାକୁ ଦୁର୍ନୀତିଗ୍ରସ୍ତ ଖଣି ମାଲିକ ଓ ସରକାରୀ ବାବୁଙ୍କ ମଧୁଚନ୍ଦ୍ରିକାରେ ବନ୍ଦ କରାଗଲା ବୋଲି ବିଜେପି ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ଅଭିଯୋଗ କରିଛନ୍ତି । ଆଗାମୀ ଦିନରେ ଖଣି ଥିବା ଜିଲ୍ଲା ଗୁଡିକରେ ଦଳ ଆନ୍ଦୋଳନ କରିବ ବୋଲି ବିଜେପି କହିଛି ।

ସେପଟେ ବିଜେପିର ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ଇସ୍ପାତ ଓ ଖଣି ମନ୍ତ୍ରୀ । ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି, ରାଜ୍ୟ ୨୧ ହଜାର କୋଟି ଟଙ୍କା ଜୋରିମାନା ପାଇବାରୁ ଆଶା ରହିଛି । ଜୋରିମାନ ଯଦି କମ୍ ହେଉଛି ତେବେ ବିଜେପି କୋର୍ଟ ଯାଇପାରେ । ସେଥିରେ ରାଜ୍ୟ ସରକାରଙ୍କର କୌଣସି ଅସୁବିଧା ନାହିଁ ।