କଳା ଓଢଣି ଭାରି ଅଡୁଆ ! ଗୃହରେ ତାତିଲେ ବିଜେପି ସଦସ୍ୟ

23

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମହିଳାଙ୍କ ଓଢଣିରେ ଗୁଡେଇ ତୁଡେଇ ହେଉଛି ବିଜେଡି । ମୁଖ୍ୟମନ୍ତ୍ରୀ ଦୁଃଖପ୍ରକାଶ କରିବା ସହ ସଂପୃକ୍ତ ସୁରକ୍ଷାକର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇଛନ୍ତି । ଏହାପରେ ବି ବିରୋଧୀ ମିଳିତ ଭାବେ ଘେରିଛନ୍ତି ସରକାରଙ୍କୁ । ।

ସେପଟେ ରାଧାରାଣୀଙ୍କ ମୁହଁରେ ଓଢଣି କାହାଣୀ । ବ୍ରଜରାଜନଗରରେ ମୁଖ୍ୟମନ୍ତ୍ରୀଙ୍କ ସଭାରେ କେମିତି କଳା ଓଢଣିକୁ ଡରିଥିଲେ ସୁରକ୍ଷାକର୍ମୀ । କାଳେ ଅଘଟଣ ଘଟିବ ତେଣୁ ତାଙ୍କ ଆଖି ସାମ୍ନାରେ ମହିଳାଙ୍କ ଓଢଣି ଓହ୍ଲାଇବାକୁ କୁହାଯାଇଥିଲା ବୋଲି ଆଜି ରାଧାରାଣୀ କହିଛନ୍ତି । ତେବେ ଶୂନ୍ୟକାଳରେ ଏତକ ବି କହିବାକୁ ତାଙ୍କୁ ସୁଯୋଗ ନମିଳିବାରୁ , ବିଜେପି ସଦସ୍ୟ ତାି ଉଠିଥିଲେ । ବିଧାୟକ ରବି ନାୟକ ଚଢିଯାଇଥିଲେ ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ।

ତେବେ ବିରୋଧୀଙ୍କ ଦାବି ପରେ ମୁଖ୍ୟମନ୍ତ୍ରୀ ଗୃହରେ ରଖିଥିଲେ ବିବୃତ୍ତି । କହିଥିଲେ , ଏ ଖବର ତାଙ୍କୁ ବିସ୍ମିତ କରିଛି ।ଏପରିକି ଏନେଇ ସେ ଗୃହ ସଚିବ ଓ ପୁଲିସ୍ ମହାନିର୍ଦେଶକଙ୍କ ସହ ଆଲୋଚନା କରିଛନ୍ତି । ତଦନ୍ତ ପରେ ସଂପୃକ୍ତ ସୁରକ୍ଷାକର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ହେଲେ ବିରୋଧୀ ସଦସ୍ୟଙ୍କ ଦାବି ମୁଖ୍ୟମନ୍ତ୍ରୀ ନିଃସର୍ତ୍ତ କ୍ଷମା ମାଗନ୍ତୁ ।

ସୁନ୍ଦରଗଡ ଓ ବରଗଡରେ ମୁଖ୍ୟମନ୍ତ୍ରୀଙ୍କ ସଭାରେ ସୃଷ୍ଟି ହୋଇଥିଲା ଏଭଳି ଅଭାବନୀୟ ଘଟଣା । କଳା ରଙ୍ଗର ଓଢଣି ପକାଇଥିବା ମହିଳାଙ୍କୁ ବାରଣ କରାଯାଇଥିଲା । ଯାହା ସାମ୍ନାକୁ ଆସିବା ପରେ ନବୀନଙ୍କ ନାରୀଙ୍କୁ ସମ୍ମାନ ନାରାକୁ ବିରୋଧୀ ସମାଲୋଚନା କରୁଛନ୍ତି ।