ମୋଦିଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ବଦଳିଲା ବିଜେଡିର କାର୍ଯ୍ୟକ୍ରମ ! ପ୍ରଧାନମନ୍ତ୍ରୀଙ୍କ କଟକ କାର୍ଯ୍ୟକ୍ରମ ଆଗରୁ ପାରଦୀପରେ ବିଜେଡି କରିବ ମହାନଦୀ ମହାମାବେଶ

17

କନକ ବ୍ୟୁରୋ : ମୋଦିଙ୍କ ଗସ୍ତ ପୂର୍ବରୁ ବିଜେଡି କରିବ ମହାନଦୀ ସମାବେଶ । ୨୬ ତାରିଖରେ ମୋଦି କଟକରେ ୪ ବର୍ଷର ହିସାବ ଦେବାକୁ ଯାଉଥିବା ବେଳେ ତାର ଠିକ୍ ପୂର୍ବଦିନ ଅର୍ଥାତ୍ ୨୫ ତାରିଖରେ ପାରାଦୀପରେ ମହାନଦୀ ସମାବେଶ କରିବାକୁ ଯାଉଛି ବିଜେଡି । ପ୍ରଶ୍ନ ଉଠୁଛି, ଏହି ସମାବେଶ ଜରିଆରେ ମହାନଦୀକୁ ନେଇ ମୋଦିଙ୍କୁ ଟାର୍ଗେଟ୍ କରିବ କି ବିଜେଡି ?

ଯେଉଁ ମହାନଦୀ ପ୍ରସଙ୍ଗକୁ ନେଇ ବିଜେପି ଓ ମୋଦି ସରକାର ଓଡ଼ିଶାରେ ଆତ୍ମରକ୍ଷା ମୁଦ୍ରାରେ ଅଛି, ତାକୁ ଅସ୍ତ୍ର କରିବାକୁ ଯାଉଛି ବିଜୁ ଜନତା ଦଳ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଟକ ଗସ୍ତର ଠିକ୍ ଗୋଟିଏ ଦିନ ପୂର୍ବରୁ ପାରାଦୀପରେ ବିଜେଡି ଆୟୋଜନ କରୁଛି ମହାନଦୀ ମହାସମାବେଶ । ମହାନଦୀକୁ ସୁରକ୍ଷା ଦେବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ବିଜେଡିର ଏହି ଅଭିଯାନ, ଓଡ଼ିଶାରେ ବିଜେପିକୁ ଭାରି ପଡୁଥିବା ବେଳେ ମୋଦିଙ୍କ ଆଗରେ ପୁରା ପ୍ରସଙ୍ଗ ରଖିବାକୁ ଏଭଳି ଏକ ଉଦ୍ୟମ କରୁଥିବା କୁହାଯାଉଛି ।

bjd program

 

୨୦୧୯ ନିର୍ବାଚନ ପୂର୍ବରୁ ମହାନଦୀ ପ୍ରସଙ୍ଗ, ଓଡ଼ିଶା ରାଜନୀତିରେ ବନ୍ୟା ସୃଷ୍ଟି କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଟକରେ ମହାନଦୀକୁ ନେଇ କ’ଣ କହୁଛନ୍ତି ତା’ ଉପରେ ସମସ୍ତଙ୍କ ନଜର । ଗୋଟିଏ ପଟେ ଛତିଶଗଡ଼ର ବିଜେପି ସରକାର ଉପରମୁଣ୍ଡରେ ଗୋଟିଏ ପରେ ଗୋଟିଏ ବନ୍ଧ ବାନ୍ଧୁଛି ଏବଂ ଅନ୍ୟପଟେ ଗଠନ ହୋଇଥିବା ଟ୍ରିବ୍ୟୁନାଲର କାର୍ଯ୍ୟକାରିତାରେ ବିଳମ୍ବ ହେବାରେ ଲାଗିଛି ।

ମୋଦିଙ୍କ ଗସ୍ତ ପୂର୍ବରୁ ବିଜେଡିର କାର୍ଯ୍ୟକ୍ରମ ବିଜେପି ପାଇଁ ଏକ ବଡ ଆହ୍ୱାନ ସୃଷ୍ଟି କରିଥିବା ବେଳେ ମହାନଦୀ ଏବଂ ମୋଦିଙ୍କ ଗସ୍ତକୁ ନେଇ ଉଠୁଛି ଅନେକ ପ୍ରଶ୍ନ ?

-ପ୍ରଧାନମନ୍ତ୍ରୀଙ୍କ ଆଗରେ ବିଜେଡି ଉଠାଇବ କି ମହାନଦୀ ପ୍ରସଙ୍ଗ ?
-ଟ୍ରିବ୍ୟୁନାଲ ଗଠନ ପରେ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଦାବି ହେବ କି ?
-ଛତିଶଗଡ଼ର ମନମୁଖୀ କାର୍ଯ୍ୟକଳାପ ନେଇ ବିଜେଡି ଉଠାଇବ କି ପ୍ରଶ୍ନ ?
-କେନ୍ଦ୍ର ଅବହେଳା ପ୍ରସଙ୍ଗରେ ସିଧାସଳଖ ମୋଦିଙ୍କୁ ପ୍ରଶ୍ନ କରିବ କି ବିଜେଡି ?