ଭୋଟରଙ୍କ ସମର୍ଥନ ପାଇଁ ବିଜେଡିର ନୂଆ ରଣନୀତି : ଲୋକଙ୍କ ସହ ସିଧାସଳଖ ଯୋଡି ହେବେ ନବୀନ, କହିବେ ମନର କଥା । ସବୁ ନିର୍ବାଚନ ମଣ୍ଡଳୀର ଲୋକଙ୍କ ସହ କରିବେ ଆଲୋଚନା

36

କନକ ବ୍ୟୁରୋ : ଭୋଟରଙ୍କ ସମର୍ଥନ ପାଇଁ ବିଜେଡିର ନୂଆ ରଣନୀତି । ଲୋକଙ୍କ ସହ ସିଧାସଳଖ ଯୋଡି ହେବେ ନବୀନ, କହିବେ ମନର କଥା । ଲୋକଙ୍କ ସହ ଭାବବିନିମୟ କରିବେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରତ୍ୟେକ ନିର୍ବାଚନମଣ୍ଡଳୀର ଲୋକଙ୍କ ସହ ସିଧାସଳଖ ଆଲୋଚନା କରିବେ ।

ଏଥିପାଇଁ ନୂଆ ଆଧୁନିକ ଜ୍ଞାନ କୌଶଳର ବ୍ୟବହାର କରାଯିବ । ଏହି ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା । ଏହାସହ ବଜେଟ ବି ଲୋକାଭିମୁଖୀ ହେବ ବୋଲି ସଙ୍କେତ ଦେଇଛନ୍ତି ଶଶୀ । ସେ କହିଛନ୍ତି ନିର୍ବାଚନ ସହ ବଜେଟର କୌଣସି ସମ୍ପର୍କ ନାହିଁ ।