ବଢୁଛି ନବୀନଙ୍କ ଲୋକପ୍ରିୟତା । ମୁଖ୍ୟମନ୍ତ୍ରୀଙ୍କ ସ୍ବଚ୍ଛ ନେତୃତ୍ବ ପ୍ରତି ଆକୃଷ୍ଟ ହୋଇ ବିଜେଡିରେ ସାମିଲ ହେଲେ୧୦୦୦ରୁ ଅଧିକ ବୁଦ୍ଧିଜୀବୀ, ବିଜେପି ଓ କଂଗ୍ରେସ କର୍ମୀ

241

କନକ ବ୍ୟୁରୋ: ବିଜେଡିରେ ସାମିଲ ହୋଇଛନ୍ତି ୧୦୦୦ରୁ ଅଧିକ ବୁଦ୍ଧିଜୀବୀ, ବିଜେପି ଓ କଂଗ୍ରେସ କର୍ମୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ନେତୃତ୍ବ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ସାଂସଦ କଳିକେଶ ନାରାୟଣ ସିଂହଦେଓ ଏବଂ ପୂର୍ବତନ ବିଧାୟକ ସାରଦା ନାୟକଙ୍କ ନେତୃତ୍ବରେ ଏସବୁ କର୍ମୀ ଗତକାଲି ନବୀନ ନିବାସ ଆସି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଥିଲେ।

ବଲାଙ୍ଗୀର ମୁନିସିପାଲଟିର ପୂର୍ବତନ ମହିଳା ମୋର୍ଚ୍ଚା ସଭାନେତ୍ରୀ ସାଗରିକା ଗୁରୁ, ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସଭାପତି ଅରୁଣ କୁମାର ମିଶ୍ର, ବିଜେପିର ଗୀତା ପରିଡ଼ା, ଭବାନୀ ଶଙ୍କର ଦୀପ୍, ସୁରେଶ ଧରୁଆ, ସୁଜିତ ବେହେରା, କଂଗ୍ରେସର ଅଭୟ କୁମାର, ସୁରେନ୍ଦ୍ର ନାଗ, ବୀର ନାଗ, ସୁଶାନ୍ତ ସ, ରାଜେଶ ଦୋରା, ଲକ୍ଷ୍ମୀକାନ୍ତ ସାହୁଙ୍କ ସମେତ ୧ ହଜାରରୁ ଅଧିକ କଂଗ୍ରେସ, ବିଜେପି କର୍ମୀ ଏବଂ ବୁଦ୍ଧିଜୀବୀ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି।

ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗ ଦେଇଥିବା ସମସ୍ତ ବିଜେପି, କଂଗ୍ରେସ ଓ ବୁଦ୍ଧିଜୀବୀଙ୍କୁ ସଭାପତି ନବୀନ ପଟ୍ଟନାୟକ ସ୍ବାଗତ କରିବା ସହ ଏତେସବୁ କର୍ମୀଙ୍କ ଯୋଗଦାନ ପଶ୍ଚିମ ଓଡ଼ିଶାରେ ବିଜେଡିର ଶକ୍ତି ବୃଦ୍ଧି କରିବାରେ ସହାୟକ ହେବ ବୋଲି କହିଥିଲେ।

Comments are closed.